Breaking News

ସୁଆଁଲୋ ଗ୍ରାମରେ ଅଷ୍ଟପ୍ରହରୀ ଓ ନାମଯଞ

ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକର ସୁଆଲୋ ଗ୍ରାମରେ ଅଷ୍ଟପ୍ରହରୀ ଓ ନାମ ଯଜ୍ଞ ଆଜି କାର୍ତ୍ତିକ ପୂର୍ଣ୍ଣମୀ ଭୋର ୪ଟାରୁ ଆରମ୍ଭ ହୋଇଛି । ଭାର୍ଗବୀ ନଦୀରେ ଘଟ ବୁଡା ଯାଇ ଆସିବା ପରେ ବାହ୍ମଣଙ୍କ ଦ୍ୱାରା ସ୍ଥାପନ କରାଯିବା ପରେ ଆରମ୍ଭ ହୋଇଯାଇଥିଲା ନାମଯଜ୍ଞ । ଏହି ନାମଯଜ୍ଞରେ ଆଖପାଖ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଦଳ ଯୋଗଦେଇଥିଲେ । ପାହଡଚୁଳ,ବଡବସନ୍ତ, ଢ଼ୋଲ, ବଳପୁର, ବଳପୁର ବେହରାସାହି, ଗଡଭିଙ୍ଗରା, ବାଲି ବସନ୍ତ, ବାଲି ଉପର, ବଡଡିହସାହି, ଆଇମା, ବାଲିସାହି, ଦେଉଳପାରି ଓ ସୁଆଁଲୋ ଗ୍ରାମର ଏହି ସଂକୀର୍ତ୍ତନ ଦଳ ଯୋଗଦେଇ ନାମଯଜ୍ଞ କରିଥିଲେ ।ଗ୍ରାମର ଯୁବଗୋଷ୍ଠୀ ଓ ମୁରବୀ ମାନେ ଏହି ନାମ ଯଜ୍ଞର ସୁପରିଚାଳନା କରିଥିଲେ  ।  
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,
Suanlo gramare astaprahari o nama jagyan
News By - Dhirendra Senapati ( Sakhigopal )
Sakhigopal News

Blog Archive

Popular Posts