Breaking News

ରୟାଲ ଡେଲାଙ୍ଗ ୨୨୨ ସଫେଇ କଲା ବେନୁପଡା ମଠ

ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର ବେନୁପଡା ମଠରେ ଅଁଳା ନବମୀ ପର୍ବ ପାଳିତ ହୋଇଯାଇଛି । ସାକ୍ଷୀଗୋପାଳରେ ମା ରାଧା ଠାକୁରାଣୀଙ୍କ ପାଦ ଦର୍ଶନର ସୁଯୋଗ ମିଳୁଥିବା ବେଳେ ଡେଲାଙ୍ଗର ବେନୁପଡା ଗାଦିବ୍ରହ୍ମ ମଠର ପ୍ରତିଷ୍ଠାତା ତଥା ସିଦ୍ଧ ପୁରୁଷ ବାଇଆ ଦାସଙ୍କ ମା ସାଧବଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ କରାଯାଇଥାଏ । ଏହି ଅବସରରେ ମଠରେ ଶ୍ରଦ୍ଧାଳୂ ମାନଙ୍କର ଗହଳି ଲାଗିଥିଲା । ମଠ ପାଖରେ ଏକ ଅସ୍ଥାୟି ବଜାର ଖୋଲିଥିଲା । ମେଳା ସରିଯିବା ପରେ ସେଠାରେ ପଲିଥିନି, ଖଲିପତ୍ର, କାଗଜ ,ଥଣ୍ଡାବୋତଲ ଆଦି କୁଢ କୂଢ ଅଳିଆ ପଡିଥିଲା । ରୟାଲ ଡେଲାଙ୍ଗ ୨୨୨ ଯୁବ ସଂଗଠନ ର ସଭାପତି ସମୟ ରଞ୍ଜନ ବିଶ୍ବାଳଙ୍କ ନେତୃତ୍ବରେ ୪୦ଜଣ ସଦସ୍ଯ ଓ ଗ୍ରାମବାସିଙ୍କ ସହଯୋଗରେ ମଠ ପରିସର ଓ ବାହାର ସଫେଇ କରାଯାଇଥିଲା । ଏହି ସଫେଇ କାର୍ଯ୍ଯକ୍ରମରେ ସୃର୍ଯ୍ୟକାନ୍ତ ପ୍ରଧାନ,ସିନୁ ସ୍ବାଇଁ, ମଣ୍ଟ ପାତ୍ର ,ବିଜୟ କୁମାର ଚନ୍ଦନ ପ୍ରମୂଖ ପରିଚାଳନ କରିଥିଲେ । ଡେଲାଙ୍ଗରୁ  ଧୀରେନ୍ଦ୍ର ସେନାପତି
Royal delanga 222 safei kala benupada matha
By - Dhirendra Senapati ( Delanga )
Sakhigopal News

Blog Archive

Popular Posts