ସତ୍ଯବାଦୀ ବ୍ଳକରେ ଜିଆରଏସ ମାନେ ଆଜିଠାରୁ କାର୍ଯ୍ଯବନ୍ଦ ଆନ୍ଦୋଳନ କଲେ
ସାକ୍ଷୀଗୋପାଳ----- ସତ୍ଯବାଦୀ ବ୍ଳକରେ ସମସ୍ତ ଗ୍ରାମ ରୋଜଗାର ସେବକ ମାନେ ଆଜିଠାରୁ ସେମାନଙ୍ଖ ଦାବୀ ପୂର୍ଣ୍ଣ ପ ହେବା ପର୍ଯ୍ଯନ୍ତ କାର୍ଯ୍ଯବନ୍ଦ ଆନ୍ଦୋଳନ କରିଛନ୍ତି । ଓଡିଶା ରୋଜଗାର ସେବକ ସଂଘର ଆହ୍ବନକ୍ରମେ ସତ୍ୟବାଦୀ ଗ୍ରାମ ରୋଜଗାର ସେବକ ସଂଘ ଏହାକୁ ସ୍ବାଗତ କରିଛି । ଏହି ଅସ୍ଥାୟୁ କର୍ମଚାରୀ ମାନେ ରାଜ୍ଯ ସରକାରଙ୍କ ସମସ୍ତ କାର୍ଯ୍ୟ କରୁଛନ୍ତି । ଏଣୁ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ସଂଘ ଦାବି କରିଛି । ସତ୍ୟବାଦୀ ବ୍ଳକର ସଂଘର ସଭାପତି ଦେବାଶିଷ ପାତ୍ର ଓ ରବି ନାରାୟଣ ପଣ୍ଡା,ଦୀପ୍ତିମୟୀ ସେଠୀ,ପିଙ୍କି ସେଠୀ ,ହରପିୟା ସାହୁ ,ଅଜୟ କୁମାର ନାୟକ, ଦିବ୍ୟ ରଂଜନ ପଟ୍ଟନାୟକ, ପ୍ରଭାତ ରଂଜନ ମାଝୀ ପ୍ରମୁଖ ବିଡିଓ ଡ.ଗୌରବ ମୟ ପ୍ରଧାନଙ୍କ ଜରିଆରେ ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ଶାସନ ସଚ୍ଚିବଙ୍କ ସହ ଅନ୍ଯ ଅଧିକାରୀ ମାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସାକ୍ଷୀଗୋପାଳରୁ ---ଧୀରେନ୍ଦ୍ର ସେନାପତି
Satyabadi blocker Gram rojagara sebakha manea ajitaur