ସତ୍ଯବାଦୀ ଉଚ୍ଚ ବିଦ୍ଯାଳୟରେ ୭୦ତମ ଏନସିସି ଦିବସ ପାଳିତ
ସାକ୍ଷୀଗୋପାଳ ---- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୦ ତମ ଏନ.ସି.ସି ଦିବସ ରବିବାର ଦିନ ମହାସମାରୋହରେ ପାଳତି ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ସତ୍ୟବାଦୀ ଥାନା ଆଇଆଇସି ଜ୍ୟୋତି ରଜଂନ ସ୍ୱାଇଁ ଯୋଗଦେଇ ଏନ.ସି.ସି ପତକା ଉତ୍ତୋଳନ କରି କ୍ୟାଡେଟ ମାନଙ୍କ ତରଫରୁ ଅଭିନନ୍ଦନ ଗ୍ରହଣ କରିଥିଲେ । ଉପସ୍ଥିତ କ୍ଯାଡେଟ ମାନଙ୍କୁ ଅଭିଭାଷଣରେ କହିଥିଲେ ପାଠ ସହିତ ଦେଶପ୍ରେମୀ ହେବା ପାଇଁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ପ୍ରାକ୍ତନ ଶିକ୍ଷକ ପ୍ରଭାତଚନ୍ଦ୍ର ରଥ, ଶିଶୁ ସାହିତ୍ୟକ ରମେଶ ଚନ୍ଦ୍ର ଦାଶ, ଶିକ୍ଷକ ସତ୍ୟବାଦୀ ଦାଶ, ମନୋଳଞ୍ଜନ ନାଥ, ସୁଚିତ୍ର ଖଟେଇ, ଶିକ୍ଷୟତ୍ରୀ ସୌଦାମିନି ନାୟକ, ବୈଜୟନ୍ତୀ ମିଶ୍ର ଓ ଶିଖର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ବିଦ୍ୟାଳୟର ଏନ.ସି.ସି ଅଫିସର ତଥା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା ପରିଚାଳନା କରିଥିଲେ । ଶେଷରେ କ୍ୟାଡେଟ ମାନଙ୍କ ସହ ଉପସ୍ଥିତ ପିଲା ମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା । ସାକ୍ଷୀଗୋପାଳରୁ - ଧୀରେନ୍ଦ୍ର ସେନାପତି
Satyabadi uchha bidyalaya re 70 tama NCC dibasa palita
News By - Dhirendra Senapati ( Satyabadi Boy's High School, Sakhigopal )
Sakhigopal News