Breaking News

ସତ୍ଯବାଦୀ ବ୍ଳକରେ ଦକ୍ଷତା ଭିତ୍ତିକ କର୍ମନିଯୁକ୍ତି ମେଳା

ସାକ୍ଷୀଗୋପାଳ ---ସତ୍ଯବାଦୀ ବ୍ଳକ ପରିସରରେ ଓଡିଶା ଜିବିକା ମିଶନ ଓରମାସ ପଷରୁ ଦୀନ ଦଯୀଲ ଉପାଧ୍ଯାୟ ଗ୍ରାମିଣ କୌଶଲ୍ଯ ଯୋଜନାରେ ବ୍ଳକ ସ୍ତରୀୟ ପରାମର୍ଶ ତାଲିମି ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବ୍ଳକ ଅଧ୍ଯକ୍ଷା ସସ୍ମିତା ପ୍ରଧାନ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଏହି ଉଦଘାଟନ ସମୟର ବିଡିଓ ଡ. ଗୌରବ ମୟ ପ୍ରଧାନ, ଏବିଡିଓ ଶାରଦା ପ୍ରସନ୍ନ ମହାନ୍ତି ,ଜିଲ୍ଳା ପରିଷଦ ସଭ୍ଯ ଧୁବ ଚରଣ ଦାଶ,ପ୍ରଶାନ୍ତ ଦାଶ ଓରମାସ ର ଆସିଷ୍ଟାଣ୍ଡ  ଡାଇରେକ୍ଟର ପ୍ରମୁଖ ଯୋଗଦେଇ ଦକ୍ଷତା ଭିତ୍ତିକ କର୍ମନିଯୁକ୍ତି ପାଇଁ ରାଜ୍ଯ ସରକାରଙ୍କ ଏହା ଏକ ଯୋଜନା ହୋଇଛି ବୋଲି କହିଥିଲେ । ବ୍ଳକ ପିଏ ସୌଭାଗ୍ଯ ରଂଜନ  କରଙ୍କ ନେତୃତ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଅନ୍ଯ ମାନଙ୍କ ମଧ୍ଯ୍ରରେ ବିପିଏମ ଶାଶ୍ବତି ଦାଶ, ଏସ ଡିସି ଲୋପାମୁଦ୍ରା ଜେନା ,ବିଏଲସି ଅଜୟ ପ୍ରଧାନ,ଜୋସ୍ନାରାଣୀ ମିଶ୍ର ,ସୁଶ୍ରୀ ଐଶ୍ଯରୀୟ ମହାନ୍ତି ଓ ଓରମାସର ଜିଲ୍ଳା ସଂଯୋଜକ ବିକାଶ ରାଉତ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ନରେନ୍ଦ୍ରପୁର ସମିତିସଭ୍ଯ ପ୍ରଶାନ୍ତ ମହାପାତ୍ର ଶିବିରକୁ ସଂଯୋଜନା କରିଥିଲେ । ଏଥିରେ ବ୍ଳକର ୨୪ଟି ଗ୍ରାମ ପଞ୍ଚାୟତରୁ ପ୍ରାୟ ୬୫୦ ଜଣ ଯୁବକ ଯୁବତୀ  ଯୋଗଦେଇଥିଲେ । ସିଲେଇ, ଡାଟାଏଣ୍ଟି ଅପରେଟର,ଫିଟର, ହୋଟେଲ ମାନେଜମେଣ୍ଟ, ସ୍ବସ୍ଥ୍ଯା ଆଦି ୧୩ଟି ସଂସ୍ଥାର  କର୍ମଚାରୀ ମାନେ ଉପସ୍ଥିତ ରହି ଚୟନ କରିଥିଲେ ।  ବଳପୁର ଗ୍ରାମ ପଞ୍ଚାୟତର ମନୋଜ ବେହେରା ଏହି ଯୋଜନାରେ ଗତବର୍ଷ  ସାମିଲ ହୋଇ ତାଲିମ ନେଇଥିଲେ । ଏବେ ସେ ନିଜର ଦକ୍ଷତା ଅନୁଯାୟୀ ଏକ କମ୍ପାନିରେ ବାର ହଜାର ଦରମାରେ ନିଯୁକ୍ତି ପାଇଛନ୍ତି  ବୋଲି ଆଜିର ଶିବିରରେ ଯୋଗଦେଇ ସରକାରଙ୍କ ଏହି ଯୋଜନାର ସଫଳତା ଉପରେ  ମତ ରଖିଥିଲେ ।  ଏହି  ଅବସରରେ ଶ୍ରୀ ବେହେରାଙ୍କୁ ଓ.ଏଲ.ଏମ ତରଫରୁ ବ୍ଳକ ଅଧ୍ଯକ୍ଷା ସସ୍ମିତା ପ୍ରଧାନ ପୁରଷୃତ କରିଥିଲେ ।  ବିଭାଗୀୟ ଅଧିକାରୀ  ଓ ସରପଞ୍ଚ , ସମିତି ସଭ୍ଯ ସଭ୍ଯା ମାନେ ଉପସ୍ଥିତ ରହିଥିଲେ ।  ସାକ୍ଷୀଗୋପାଳରୁ  ଧୀରେନ୍ଦ୍ର ସେନାପତି
Satyabadi block dakhyata bhitika karma niyukti mela
News By - Dhirendra Senapati ( Sakhigopal )
Sakhigopal News

Blog Archive

Popular Posts