Breaking News

କ୍ରାକ କମ୍ପ୍ୟୁଟର ଶାକ୍ଷା ଅନୁଷ୍ଠାନ ପକ୍ଷରୁ ଝୋଟି ଓ ବକ୍ତୁତା ପ୍ରତିଯୋଗିତା

ପିପିଲି... ଏବେ ପୁସ୍ତକ ଶିକ୍ଷା ସହିତ କ୍ରୀଡା ଏବଂ କଳା ଶିକ୍ଷା ର ଆବଶ୍ୟକତା  ରହିଛି ।  ଏହାକୁ ଲକ୍ଷ୍ୟ କରି ଆଜି ପିପିଲି ବଜାର ସ୍ଥିତ କ୍ରାକ କମ୍ପୁଟର ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଝୋଟି. ପ୍ରବନ୍ଧ ଏବଂ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି ।   ଝୋଟି ପ୍ରତିଯୋଗିତାରେ କୋଡ଼ିଏ ରୁ ଅଧିକ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ  ।   ( ଦୁର୍ନତୀ ଗ୍ରସ୍ତ ଭାରତ ରେ ଯୁବ ସାମାଜ ର ଭୂମିକା)ବକ୍ତୂତା ଏବଂ ପ୍ରବନ୍ଧ. ( ଶିକ୍ଷା ର ଗୁରୁତ୍ଵ) ରେ ପଚାଶ ରୁ ଅଧିକ ଛାତ୍ରୀ ଛାତ୍ର ଅଂଶ ଗ୍ରହଣ କରିଥିଲେ ।  ଉକ୍ତ ପ୍ରତିଯୋଗିତା ର ଝୋଟି ରେ ହରପ୍ରିୟା ପରିଡା. ପ୍ରବନ୍ଧ ରେ ପିଣ୍ଟୁ ବେହେରା ଏବଂ ବକ୍ତୃତା ପ୍ରତିଯୋଗୀତା ରେ ବାପୁ ବେହେରା ପ୍ରଥମ ସ୍ଥାନ ଅଧିକାର କରି ଥିଲେ । ସେହି ବିଜେତା ମାନଙ୍କୁ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଶିକ୍ଷାନୁଷ୍ଠାନ ର ନିର୍ଦ୍ଦେଶିକା ସୁଶ୍ରୀ ନିର୍ଲିପ୍ତା ବଇଠାରୁ ପ୍ରକାଶ କରିଛନ୍ତି  ।  ଏହି ପ୍ରତିଯୋଗିତା କୁ ଶିକ୍ଷାନୁଷ୍ଠାନ ର ଦୀପ୍ତିମୟୀ ମହାରଣା. ସୌଦାମିନୀ ନାୟକ ଏବଂ ସୁସ୍ମିତା ନନ୍ଦ ପରିଚାଳନା କରି ଥିଲେ ।। 

ପିପିଲିରୂ ବିଜୟ ମହାପାତ୍ର

Computer silha aunsyana

Blog Archive

Popular Posts