Breaking News

ବିଲ କପିଳେଶ୍ବର ଦେବଙ୍କ ପୀଠରେ ବିଶ୍ବଶାନ୍ତି ମହାଯଞ

ପିପିଲି----ପିପିଲି ବ୍ଳକର ସରସ୍ୱତୀପୁର ଗ୍ରାମ ପଞ୍ଚାୟତର ସାନଗାଁ ରେ ପୂଜିତ ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ପୀଠରେ ୩୬ ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ କମିଟି ପକ୍ଷରୁ କାର୍ତ୍ତିକ ମାସ ପୂର୍ଣ୍ଣମୀ ଅବସରରେ ଏହି ଯଜ୍ଞର ଆୟୋଜନ କରାଯାଇଥାଏ  । ଯଜ୍ଞ ଆରମ୍ଭରୁ ଗ୍ରାମ ସଫେଇ ସହ ବିଲ କପିଳେଶ୍ୱର ଦେବଙ୍କ ପୀଠ ସଫେଇ କରାଯାଇଥିଲା  । ଯଜ୍ଞ ଆରମ୍ଭରୁ ଗ୍ରାମରେ ଆମିଷ ପ୍ରବେଶ ନିଷେଧ କରାଯିବା ସହ ସମସ୍ତ ଘର ସମ୍ମୁଖରେ ଘଟ ସ୍ଥାପନ କରାଯିବା ସହ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା  । ଯଜ୍ଞରେ ଏ ବର୍ଷ କର୍ତ୍ତା ଭାବରେ ରମେଶ ଚନ୍ଦ୍ର ପ୍ରଧାନ ଓ କର୍ତ୍ତୀ ଭାବରେ କବିତା ପ୍ରଧାନ ରହିଥିଲେ  । ଘଟ ସ୍ଥାପନ କରାଯିବା ପରେ ସୂର୍ଯ୍ୟପୂଜା, ଗୋପୂଜା, ଶାଲପୂଜା, ମାତୃପୂଜା, ଆଦି କରାଯିବା ପରେ ବିଷ୍ମୁସହସ୍ରନାମ ଓ ଗାୟତ୍ରୀ ମନ୍ତ ପାଠ କରାଯାଇ ଘୃତ ଆହୂତି ପ୍ରଦାନ କରାଯାଇଥିଲା  । ପଣ୍ଡିତ ନୃସିଂହ ନାଥ ନନ୍ଦ, ନାରାୟଣ ମହାପାତ୍ର, ବାସୁଦେବ ମିଶ୍ର, ମିହିର ଶତପଥୀ, ସନାତନ ଶତପଥୀ ଯଜ୍ଞ କାର୍ଯ୍ୟ ସମାପନ କରିଥିଲେ  । ଗ୍ରାମର ଯୁବକ ସଂଘ ଓ ଗ୍ରାମାବସୀ ମାନେ ସୁପରିଚାଳନା କରିଥିଲେ  । ପୂର୍ଣ୍ଣାହୂତି ଦେଖିବା ସହ ଚଡୁଅନ୍ନ ପାଇବା ପାଇଁ ପୀଠରେ ଗହଳି ଲାଗିଥିଲା  । ରାତ୍ରରେ ହଜାରରୁ ଅଧିକ ଲୋକମାନ୍ରୁ ପ୍ରସାଦ ବିତରଣ କରାଯାଇଥିଲା  ।
ପିପିଲିରୁ - ବିଜୟ ମହାପାତ୍ର
Bila Kapileswara dev nka pithare biswasanti Maha jagyan
News By - Bijaya Mahapatra ( Pipili )
Sakhigopal News
Pipili News

Blog Archive

Popular Posts