Breaking News

ଦାସିଆ ବାଉରି ପୀଠ ସଫେଇକଲେ ଯୁବଗୋଷ୍ଠୀ

ଡେଲାଙ୍ଗ ----ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଜେନାପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ତଥା ଯୁବ ସଂଗଠକ ପ୍ରଭାତ ଜେନାଙ୍କ ନେତୃତ୍ୱ ରେ  ଜଗନ୍ନାଥଙ୍କ ପରମ ଭକ୍ତ ଶିରୋମଣି ଦାସିଆ ବାଉରି ପୀଠ ସଫେଇ କରିଥିଲେ ।  ଏହି ସଫେଇରେ ପ୍ରଭାତ କ୍ଲବ ର ସଦସ୍ୟ ମାନଙ୍କ ସହିତ  ଡେଲାଙ୍ଗ  ଅଞ୍ଚଳର ଶତାଧିକ ଯୁବକ ଏକତ୍ରିତ ହୋଇ ହାତରେ ଝାଡୁ, କୋଦାଳ,ଝୁଡି ଧରି ଦାସିଆ ପିଠ , ଜଗନ୍ନାଥ ମନ୍ଦିର ଓ ମଠ ଚତୁପାର୍ଶ୍ବ ସପେଂଇ କରିବା ସହ ଚାରା ରୋପଣ ମଧ୍ୟ କରିଥିଲେ।  ଆସନ୍ତା ୧୯ ତାରିଖ ରେ ଭକ୍ତ ଦାସିଆଙ୍କର ଜନ୍ମ ଜୟନ୍ତି  ହୋଇଥିବାରୁ ଭକ୍ତଙ୍କ ସମାଗମକୁ ଆଖିଆଗରେ ରଖି ଏହି ସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଶ୍ରୀ ଜେନା କହିଛନ୍ତି । ପଦ୍ମନାଭ ବରାଳ,ଦିପକ ମିଶ୍ର,ସଦାଶିବ ପରିଡା,ସମିର ରଂଜନ ପରିଡା , ଅଧ୍ୟାପକ ତ୍ରିନାଥ ପରିଡା,ସ୍ୱେଛାସେବୀ ଅମିତ ପରିଡା ପ୍ରମୁଖ ଯୋଗଦେଇଥିଲେ ।
ଡେଲାଙ୍ଗ ଧୀରେନ୍ଦ୍ର ସେନାପତି

Dasibauri pitha safeia hela

Blog Archive

Popular Posts