କୋଣାର୍କ ପ୍ରେସ କ୍ଳବ ଓ ପର୍ଯ୍ଯଟନ ବିଭାଗ ତରଫରୁ ମିନି ସାଇକ୍ଳୋଥନ
କୋଣାର୍କ -----କୋଣାର୍କ ପ୍ରେସ୍ କ୍ଲବ ଓ ପର୍ଯ୍ୟଟନ ବିଭାଗ ତରଫରୁ ମିନି ସାଇକ୍ଲୋଥନ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜ ଓ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ। କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରୁ ଏକ ସାଇକେଲ ଶୋଭାଯାତ୍ରା ବାହାରି କୋଣାର୍କ ବଜାର ପରିକ୍ରମା କରି ରାମଚଣ୍ଡି ଠାରେ ପହଞ୍ଚିଥିଲା । ଏହି ମିନି ସାଇକ୍ଲୋଥନର ମୂଳ ଉଦ୍ଦେଶ୍ୟ କୋଣାର୍କ ପର୍ଯ୍ୟଟନ ସ୍ଥଳୀ କୁ କିଭଳି ପଲଥିନି ଓ ପ୍ଲାଷ୍ଟିକ ମୁକ୍ତ କରିବା ସହିତ କୋଣାର୍କ ବଜାର ଦୋକାନି ମାନଙ୍କୁ ପଲଥିନି ବ୍ଯବହାର ନ କରିବାପାଇଁ ନିବେଦନ କରିଥିଲେ । ଏହି ମିନି ସାଇକ୍ଲୋଥନ ରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ , ସମାଜସେବୀ ଓ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ।
ନିମାପଡାରୁ---- ଜୟନ୍ତ କୁମାର ସେଠୀ
Konark mini marathan