Breaking News

ଧାନକିଣା ନିମନ୍ତେ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା

ସାକ୍ଷୀଗୋପାଳ---ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଜିଲ୍ଲା ପ୍ରଶାସନ ପୁରୀ, ରାଜ୍ୟ ଧାନ ସଂରକ୍ଷଣ କେନ୍ଦ୍ର ସମବାୟ ବିଭାଗର ମିଳିତ ସହଯୋଗରେ ଏକ ତାଲିମ ଶିବିର ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି  । ଏହି ତାଲିମ ଶିବିରକୁ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟ ଉଦ୍ଘାଟନ କରିଥିଲେ  । ଏଥିରେ ପିପିଲି ଓ ସତ୍ୟବାଦୀ ବ୍ଳକରେ ଥିବା ୩୩ ଟି ସମବାୟ ସମିତିର ସମ୍ପାଦକ ଓ ଡାଟା ଏଣ୍ଟି କର୍ମଚାରୀ ମାନେ ଯୋଗଦେଇଥିଲେ  ।ଆସନ୍ତା ମାସ ୨୧ ତାରିଖରେ ୨୦୧୮-୨୦୧୯ ଖରିଫ ଧାନ ମଣ୍ଡି ଖୋଲାଯିବ ବୋଲି ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶ ନିର୍ଦ୍ଦେଶ ଦେଇଛନ୍ତି ବୋଲି  ସତ୍ୟବାଦୀ ବ୍ଳକ ସମବାୟ ସମ୍ପସାରଣ ଅଧିକାରୀ ଶ୍ରୀ ଆଚାର୍ଯ୍ୟ କହିଥିଲେ  । ପୁରୀ ଯୋଗାଣ ବିଭାଗ ପକ୍ଷରୁ ଆସିଥିବା ବ୍ରହ୍ମଗିରୀ ଧାନ ସଂଗ୍ରହଣ ନୀରିକ୍ଷକ ସରୋଜ କୁମାର ସ୍ୱାଇଁ, ପୁରୀ ସଦର ଯୋଗାଣ ନୀରିକ୍ଷକ ସତ୍ୟବତ୍ର, କ୍ୱାଲିଟି ଆନାଲିସି  ଦୀପ୍ତି ବାଲ ପି. ପାସର ସୁଦର୍ଶନ ପତି ଓ ପିପିଲି ବ୍ଳକର ସମବାୟ ସମ୍ପସାରଣ ଅଧିକାରୀ ସୁରେନ୍ଦ୍ର କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ଧାନ କିଣା ଧାର୍ଯ୍ୟ ତାରିଖ ଆଗରୁ ସମିତିର ପରିଚାଳନା କମିଟିର ସଦସ୍ୟସଦସ୍ୟା ମାନଙ୍କୁ ଡାକି ଆଲେଚନା କରିବା ସହ ଧାନ କିଣାବା ପାଇଁ ପ୍ରସ୍ତୁତ ହୋଇ ରହିବା ପାଇଁ ପରାମର୍ଶ ଦେଇଥିଲେ  । ସେହିପରି ଧାନ କିଣା ସମୟରେ ସମସ୍ତ ଚାଷୀ ମାନଙ୍କୁ ଟୋକେନ୍  ଯୋଗାଇ ଦେବା ଓ ଯେତେଶିଘ୍ର ପାରିବା ମଣ୍ଡିରେ ଧାନ ରଖିବା ନାହିଁ  ଆଦି ବିସୟରେ ଆଲେଚନା କରାଯାଇଥିଲା  । ଏ ବର୍ଷ ରାଜ୍ୟ ସରକାରଏ ଗ୍ରେଡ ଧାନ କୁଇଣ୍ଟାଲ ପ୍ରତି ୧୭୫୦ ଟଙ୍କା ରଖିଥିବା ବେଳେ ଅତି ସରୁ ଧାନ କୁଇଣ୍ଟାଲ ପ୍ରତି ୧୭୯୦ ଟଙ୍କା ଧାର୍ଯ୍ୟ କରାଯାଇଛି   । ଏହି ତାଲିମ ଶିବିରରେ ବିଭିନ୍ନ ସମବାୟ ସମିତିର ସମ୍ପାଦକ ଓ ଡାଟାଏଣ୍ଟ୍ରି କର୍ମଚାରୀ ମାନେ ଯୋଗଦେଇଥିଲେ ।  ବିଶେଷ କରି ସତ୍ୟବାଦୀ ସମବାୟ ସମିତିର ସମ୍ପାଦକ ଲକ୍ଷ୍ମଣ ବେହେରା ଓ ତେଇଶିପୁର ସମବାୟ ସମିତିର ସମ୍ପାଦକ ପ୍ରଫୁଲ ଚନ୍ଦ୍ର ପଣ୍ଡା ଧାନ କିଣା ସମୟରେ ସମସ୍ୟା ଗୁଡିକ ଉପରେ ଆଲେଚନା କରିଥିଲେ  ।  ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ହିସାବ ନୀରିକ୍ଷକ ଜଗତ ଜ୍ୟୋତି ସାହୁ ଓ କର୍ମଚାରୀ ସୁରେନ୍ଦ୍ର ଚରଣ ଦତ୍ତ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ  ଧୀରେନ୍ଦ୍ର ସେନାପତି
Dhana kina nimante block stariya prasikshyana karmasala
News By - Dhirendra Senapati ( Sakhigopal )
Sakhigopal News

Blog Archive

Popular Posts