ବସ ଦୁର୍ଘଟଣାରେ ମୃତ୍ଯୁ ବ୍ଯକ୍ତିଙ୍କ ପାଇଁ କ୍ଯାଣ୍ଡୋଲ ଶୋଭାଯାତ୍ରା
ପିପିଲି----ମହାନଦୀ ପୋଲ ତଳକୁ ବସ ଖସି ପଡିବା ଘଟଣାରେ ପିପିଲି ବ୍ଲକ ତେଇଶିପୁର ଗ୍ରାମର ଜାମିନି ବଲ୍ଲଭ ଦାସ(୪୭)ଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ସେହି ପରିପ୍ରେକ୍ଷିରେ ତାଙ୍କର ଅମର ଅତ୍ମାର ସଦଗଦି ନିମନ୍ତେ ପିପିଲି ବ୍ଲକର ଆତ୍ମା ଅଧକ୍ଷ ତଥା ତେଇଶିପୁର ସମିତିସଭ୍ୟ ଧରଣିଧର ସାହୁଙ୍କ ନେତୃତ୍ୱରେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ତେଇଶିପୁର ଗ୍ରାମ ଗୋପିନାଥ ଦେବଙ୍କ ଠାରୁ ନାମ ସଂକିର୍ତ୍ତନ ଓ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ତାଙ୍କ ଅମର ଆତ୍ମାର ସଦଗଦି ନିମନ୍ତେ ଗ୍ରାମ,ବଜାର ପରିକ୍ରମା କରି ପୋଡଙ୍ଗଛକ ଠାରେ ପହଞ୍ଚି ଥିଲା । ଜାମିନି ବଲ୍ଲଭ ଦାସ ଅଞ୍ଚଳ ର ପ୍ରତିଷ୍ଠିତ ବ୍ୟକ୍ତି ଥିଲେ । ବଜାର ଅନୁଷ୍ଠାନରେ ସେ କାର୍ତ୍ତିକ ପୁଣ୍ଣିମା ପୁଜା ଆରମ୍ଭ କରିଥିବା ରୁ ଆଜି ଭଳି ଦିନରେ ତାଙ୍କର ଅନୁପସ୍ଥିତି ର ଶୁନ୍ୟସ୍ଥାନ ଅଂଚଳର ଅପୁରଣିୟ କ୍ଷତି ହୋଇଛି ବୋଲି ସ୍ଥାନିୟ ବାସିନ୍ଦା କୁହନ୍ତି ।ଭଗବାନ ଏଭଳି ଦୁଃଖ ଆଉ କାହା ପରିବାରକୁ ନ ଦିଅନ୍ତୁ ବୋଲି ସମସ୍ତେ ପାର୍ଥନା କରିଥିଲେ । ବସ ଦୃର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତି ମାନଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହି କ୍ୟାଣ୍ଡେଲେ ଶୋଭାଯାତ୍ରାରେ ଅଂଚଳ ବହୁ ମାନ୍ୟଗଣ ବ୍ୟକ୍ତି ସାମିଲି ହୋଇଥିଲେ । ସେମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ କ୍ରିଡା ଶିକ୍ଷକ ରାଜ କିଶୋର ପ୍ରଧାନ, ପୁର୍ଣ୍ଣ ଚନ୍ଦ୍ର ରଥ,ସରପଂଚ ତେଇଶିପୁର ନରେନ୍ଦ୍ର ଦାସ,ପୁର୍ବତନ ସରପଂଚ ବିରଜା ସଙ୍କର ରଥ,ଇଶ୍ୱର ପ୍ରାସଦ ଦାସ ପ୍ରମୁଖ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ ।
ପିପିଲିରୁ ବିଜୟ ମହାପାତ୍ର
Bus Durgatana mruta byaktinka pain candel sobhajatra
Bus Durgatana mruta byaktinka pain candel sobhajatra
News By - Bijaya Mahapatra ( Pipili )
Sakhigopal News
Pipili News