ଅଁଳାନବମୀ ଯାତ୍ରାରେ ପ୍ରସାଦ ଓ ପାନୀୟ ଜଳ ବଣ୍ଟନ
ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ମନ୍ଦିରରେ ମା ରାଧାଙ୍କ ପାଦ ଦର୍ଶନ ଆଜି ସକାଳୁ ଆରମ୍ଭ ହୋଇଛି । ବିଭିନ୍ନ ଜାତି ଧର୍ମ, ଗରିବ,ଧନୀ ସମସ୍ତେ ଯାତ୍ରାରେ ସାମିଲ ହୋଇଛନ୍ତି । ଏହାକୁ ନଜର କରି ସତ୍ୟବାଦୀ ମହୋସ଼ବ କମିଟି ପକ୍ଷରୁ ସାକ୍ଷୀଗୋପାଳ ମନ୍ଦିର ନିକଟ ଦୋଳବେଦୀ ପାଖରେ ପୂରୀ ନଗରପାଳ ଜୟନ୍ତ ଷଡଙ୍ଗୀଙ୍କ ତତ୍ବବଧାନରେ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯାତ୍ରାକୁ ଆସିଥିବା ଭକ୍ତ ମାନଙ୍କୁ ଖାଦ୍ଯ ଓ ପାନୀୟ ଜଳ ବଣ୍ଟନ କରାଯାଉଛି । ସୈହିପରି ଚନ୍ଦନ ପୋଖରୀ ଠାରେ ମଧୁସୂଦନ ଚାରି ଟେବୂଲ ଟ୍ରଷ୍ଟ ପକ୍ଷରୂ ଏହି ସେବା ଯୋଗାଇ ଦେଉଥିବାର ଦେଖାଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Anla Nabami jatrare prasad o paniya jala bantana
Anla Nabami jatrare prasad o paniya jala bantana
By - Dhirendra Senapati
Sakhigopal News