ବେରବୋଇ ଗାନ୍ଧୀ ପିଠକୁ ପର୍ଯ୍ଯଟନ ମାନ୍ଯତା
ଡେଲାଙ୍ଗ -- ଡେଲାଙ୍ଗ ବ୍ଳକର ବେରବୋଇ ଗାନ୍ଧୀ ପୀଠକୁ ପର୍ଯ୍ୟଟନ ମାନ୍ୟତା ପାଇବା ପାଇଁ ବାରମ୍ବାର ଦାବୀ ହୋଇ ଆସୁଥିଲା । କୃଷି ଓ ପଞ୍ଚାୟତରାଜ ମନ୍ତ୍ୀ ପ୍ରୀପ ମହାରଥୀଙ୍କ ପ୍ରଚେଷ୍ଟାରେ ଉକ୍ତ ପୀଠକୁ ପର୍ଯ୍ୟଟନ ମାନ୍ୟତା ଦେବା ପାଇଁ ବ୍ଳୁପିଣ୍ଟ ପ୍ରସ୍ତୁତ କରାଯାଇଛି । ଗାନ୍ଧୀ ପୀଠରେ ପୁରୀ ଜିଲ୍ଲାପାଳ ଜ୍ୟେତି ପ୍ରକାଶ ଦାଶଙ୍କ ନିର୍ଦ୍ଦେଶ୍ୟରେ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର କୁମାର ଆଚାର୍ଯ୍ୟ ଓ ଅତିରିକ୍ତ ତହସିଲଦାର ସୌମେରନ୍ଦ୍ର ଭୁତିଆ ସେଠାରେ ସରଜମିନ ଦେଖିଥିଲେ । ସେଠାରେ ଅବସ୍ଥିତ କସ୍ତୁରବା ସେବା କେନ୍ଦ୍ରର ପରିଚାଳିକା କବିତା ରାଣୀ ପରିଡା ଓ ଗାନ୍ଧୀ ସ୍ମାରକି କମିଟିର ସମ୍ପାଦକ ଚନ୍ଦ୍ରଶେଖର ବିଶ୍ୱାଳଙ୍କ ସହ ଏକ ଆଲେଚନା କରିଥିବା ଜଣାପଡିଛି । ତୁରନ୍ତ ରାଜ୍ୟ ସରକାର ପର୍ଯ୍ୟଟନର ବିକାଶ ଓ ଗାନ୍ଧୀ ପୀଠ ପ୍ରସାର ପ୍ରଚାର କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି