ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖା ଦ୍ୱାରା ମାଟ୍ରିକ ପରୀକ୍ଷା ରେ ଏ୧ ଗ୍ରେଡ଼ ପାଇଥିବା ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ
ସାକ୍ଷୀଗୋପାଳ,
ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖା ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ ୯୦% ରୁ ଅଧିକ ମାର୍କ ରଖିଥିବା ଓ୧ ଗ୍ରେଡ଼ ପାଇଥିବା ସତ୍ୟବାଦୀ ବ୍ଲକ ଅଧିନସ୍ତ ବିଭିନ୍ନ ବିଦ୍ୟାଳୟ ର କୃତି ଛାତ୍ରଛାତ୍ରୀଙ୍କୁ, ଶିକ୍ଷକମାନଙ୍କୁ ଏବଂ ଅଭିଭାବକ ମାନଙ୍କୁ ଆଜି ବିରଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ରେ ଏକ ସଭାରେ ସମ୍ବର୍ଦ୍ଧିତ କରାଯାଇଛି l
ସଭା ପ୍ରାରମ୍ଭରେ ସତ୍ୟବାଦୀ ଶାଖା ର ସଭାପତି ଶ୍ରୀ ପୂର୍ଣଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ଦେଇ ଅତିଥି ପରିଚୟ କରିଥିଲେ l ମୁଖ୍ୟ ଅତିଥି ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ ହେବା ପାଇଁ ଆହ୍ୱାନ କରିଥିଲେ । ସମ୍ମାନୀୟ ଅତିଥି ପୂର୍ବପ୍ରାନ୍ତ ସଭାପତି ଶ୍ରୀ ସତ୍ୟବାଦୀ ଦାସ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ ଏବଂ ସମ୍ମାନୀୟ ଅତିଥି ଡ଼. ଜୟଶ୍ରୀ ମହାପାତ୍ର ଛାତ୍ରଛାତ୍ରୀଙ୍କୁ ଉପଢୌକନ ପ୍ରଦାନ କରିଥିଲେ l ସତ୍ୟବାଦୀ ବ୍ଲକ ରେ ଏ୧ ଗ୍ରେଡ଼ ପାଇଥିବା ସାତ ଜଣ ଛାତ୍ରଛାତ୍ରୀ ଙ୍କୁ "ଉତ୍କଳମଣି ଗୋପବନ୍ଧୁ ଏକାଡେ଼ମିକ ଏକ୍ସଲେନ୍ସ ଆୱାର୍ଡ ୨୦୨୫" ରେ ସମ୍ବର୍ଦ୍ଧିତ କାରାଯିବା ସହ ନଗଦ ଦୂର ହଜାର ଟଙ୍କା, ମାନପତ୍ର, ଗୀତା ବହି, ମହାପୁରୁଷ ମାନଙ୍କ ବହି ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l
ଉପସଭାପତି ଶ୍ରୀ ନିହାର ରଞ୍ଜନ ସ୍ୱାଇଁ ଓ ସଚିବ ଶ୍ରୀ ବିଜୟ କୁମାର ପରିଡା ମଞ୍ଚ ସଂଚାଳନା କରିଥିଲେ । ସମ୍ପର୍କ ସଚିବ ଶ୍ରୀ ନବଘନ ଶତପଥୀ, ଅର୍ଥ ସଚିବ ପ୍ରଫୁଲ୍ଲ ପଣ୍ଡା, ବିଭୁ ପ୍ରଶଦ ମହାପାତ୍ର, ଦେବରାଜ ନାୟକ, ଲିଙ୍ଗରାଜ ସାହୁ, ଅମୀୟ କୁମାର ସ୍ୱାଇଁ, ବିଷ୍ଣୁ ମହାରଣା ଓ ସଂଗ୍ରାମ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବିଶ୍ୱଜିତ ଶତପଥି, ହୃଷିକେଶ ମିଶ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ କର ଓ ଆରୋବିନ୍ଦୋ ଦାସ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷକ ଯୋଗେଶ ନାୟକ ଓ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଯୋଗଦେଇଥିଲେ l ସାମ୍ବାଦିକ ଅମର ଶତପଥି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସଂସ୍କାର ସଚିବ ସୁନୀଲ କୁମାର ବେହେରା ଧନ୍ୟବାଦ ଅର୍ପଣ କରଥିଲେ l କାର୍ଯ୍ୟକ୍ରମ ଆରମ୍ଭ ରେ ବନ୍ଦେ ମାତରମ ଓ ଶେଷ ରେ ଜାତୀୟ ସଂଗୀତ ଗାନ କରାଯାଇ ସଭା ସାଙ୍ଗ କରାଯାଇଥିଲା l ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୫/୨୦୨୫ ----୮,୪୫ Sakhigopal News,11/5/2025