Breaking News

ମା ପାଳପୋଛି ଠାକୁରାଣୀଙ୍କ ପୀଠରେ ଭାଗବତ ଞାନଯଞ

ସାକ୍ଷୀଗୋପାଳ --- ସତ୍ଯବାଦୀ ବ୍ଳକ ଅନ୍ତର୍ଗତ ହରିପୁର ଗ୍ରାମରେ ପୂଜୀତ ମା ପାଳପୋଛି ଠାକୁରାଣୀଙ୍କ ପୀଠରେ  ବିଶ୍ବର କଲ୍ଯାଣ ପାଇଁ ସାତ ଦିନ ଧରି ଭାଗବତ ଞାନଯଞ ଆରମ୍ଭ ହୋଇଛି । ଏଥିପାଇଁ ପୀଠରେ ଗହଳି ଚହଳି ଲାଗି ରହିଛି । ଅଁଳା ନବମୀ ଠାରୁ ଆରମ୍ଭ ହୋଇ କାର୍ତ୍ତିକପୂର୍ଣ୍ଣମୀ ରେ ଶେଷ ହେବ ବା କାଲି ଅପରାହ୍ନରେ ପୂର୍ଣ୍ଣାହୂତି ହେବ ।  ପ୍ରତିଦିନ ସୂର୍ଯ୍ଯପୂଜା, ଶାଲପୂଜା, ଗୋ ପୂଜା, ଦ୍ବାରପାଳ ପୂଜା କରାଯାଇ ଭାଗବତ ପାଠ ,ସପ୍ତସତୀ ଚଣ୍ଡି ପାଠ କରାଯାଇ ଯଞରେ ଘୃତ ଆହୂତି ପ୍ରଦାନ କରାଯାଇଛି । କର୍ତ୍ତା ଧୁବ ଚରଣ ମହାପାତ୍ର ଓ କର୍ତ୍ତୀ ମିନାମଣୀ ମହାପାତ୍ର ରହିଛନ୍ତି । ପଣ୍ଡିତ  ନୃସିଂହ ମିଶ୍ର, ଅକ୍ଷୟ ମିଶ୍ର ଓ ଲକ୍ଷ୍ମିକାନ୍ତ୍ ନନ୍ଦ ଯଞ କାର୍ଯ୍ଯ କରିଛନ୍ତି । ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ଯ ଦିଜବର ମହାପାତ୍ର,ଟୁଟୁ ବାରିକ, ଶମ୍ଭୁ ଦଳାଇ, ବିମ୍ବାଧର ନାୟକ,ରବିନ୍ଦ୍ର ପଣ୍ଡି, ନରସିଂହ ପଣ୍ଡା ,ଶକର୍ଷଣ ମହାପାତ୍ର ଓ କୃର୍ଷ୍ଣ ମହାପାତ୍ର ଓ ଗ୍ରାମବାସୀ ପ୍ରମୁଖଙ୍କ ସହଯୋଗରେ ଯଞ କାର୍ୟ୍ୟ ପରିଚାଳନା ହୋଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Maa palapochhi thakurarani nka pithare bhagabata gyana jangya
News By - Dhirendra Senapati ( Sakhigopal )
Sakhigopal News

Blog Archive

Popular Posts