ପଞ୍ଚାଯତ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚାୟତର ବିଜୁ ଯୁବ ବାହିନୀ ପକ୍ଷରୁ ଗୁରୁବାର ସଂଧ୍ୟାରେ ବଂପାଳ ଖେଳ ପଡିଆରେ ପଞ୍ଚାୟତ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତର ସରପଞ୍ଚ ତ୍ରିନାଥ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମ୍ୟାଚକୁ ଉଦ୍ଘାଟନ କରିଥିଲେ । ବିଭିନ୍ନ ଗ୍ରାମରୁ ବଛା ବାଛା ୪ଟି ଦଳ ଏଥିରେ ଯୋଗଦାନ କରିଥିଲେ । ବ୍ଳକ ସ୍ତରରେ ହେବାକୁ ଥିବା ଭଲିବଲ ଖେଳିବା ପାଇଁ ଦିଲୀପ ବିଶ୍ୱାଳ, ପ୍ରଭାକର ବିଶ୍ୱାଳ, ଦେବାଶିଷ ମହାରଣା, ରାଜେଶ ବିଶ୍ୱାଳ, ପ୍ରକାଶ ଚନ୍ଦ୍ର ପଣ୍ଡା, ଜଗନ ବେହେରା, ଅଭିମନ୍ୟୁ ବିଶ୍ୱାଳ, ଦିପୁ ନାୟକ ଓ ପ୍ରତାପ ବିଶ୍ୱାଳ ଏହି ନଅ ଜଣଙ୍କୁ ମନୋନୀତ କରାଯାଇଛି । ବିଜୁ ଯୁବ ବାହିନୀର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା, ସେକ୍ରେଟେରୀ ସତ୍ୟବ୍ରତ୍ୟ ପଣ୍ଡା ବିଜୁ ଯୁବ ବାହିନୀର ସଦସ୍ୟ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଗ୍ରାମର ବହୁ ପୁରୁଖା ଖେଳାଳୀ ଓ ଯୁବକ ମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପସ୍ଥିତ ରହି ଖେଳ ଉପଭୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,
Ball