ସାକ୍ଷୀଗୋପିନାଥ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ
ସାକ୍ଷୀଗୋପାଳ---- କାର୍ତ୍ତିକ ମାସ ଶୁକ୍ଳପକ୍ଷ ବଡ ଏକାଦଶୀ ତିଥିରେ ପ୍ରଭୁ ସାକ୍ଷୀଗୋପିନାଥଙ୍କର ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ମାନେ ଧାଡିରେ ସକାଳୁ ବିଳମ୍ବିତ ରାତି ପର୍ଯ୍ଯନ୍ତ ଗହଳି ଲାଗିଥିଲା । ପୁରାଣ ଶାସ୍ତରେ ଲିଖୀତ ଅଛି ଯେ ପ୍ରଭୁ ଆଷାଢ ମାସ ଶୁକ୍ଳପକ୍ଷ ବାହୁଡା ଏକାଦଶୀରେ ଶୟନ କରିଥାନ୍ତି । କାର୍ତ୍ତିକ ମାସ ଶୁକ୍ଳପକ୍ଷ ବଡ ଏକାଦଶୀ ତିଥିରେ ପ୍ରଭୁ ଶୟନରୁ ଉଠି ଲକ୍ଷ୍ମୀନାରାୟଣ ବା ରାଧାମାଧବ ବେଶରେ ଦର୍ଶନ ଦେଇଥାନ୍ତି । ଆଜି କାର୍ତ୍ତିକର ପଞ୍ଚୁକ ପଡୁଥିବାରୁ ସାକ୍ଷୀଗୋପିନାଥଙ୍କୁ ଦର୍ଶନ କଲେ ବହୂ ପୂଣ୍ଯ ମିଳିଥାଏ । ଏହା ସହିତ ଆଜି ଠାକୂରଙ୍କ ପାଖରେ ଚୁଡାଘଷା,ଖଇ,କୋରା ଫଳମୂଳ ଆଦି ଭୋଗ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Sakhigopinath Laxmi Narayan besare darsan dele
News By - Dhirendra Senapati
Sakhigopal News