ସାକ୍ଷୀଗୋପାଳରେ ହଜାର ହଜାର ଶ୍ରଦ୍ଧାଳୁ ମା ରାଧାଙ୍କ ପାଦ ଦର୍ଶନ କଲେ
ସାକ୍ଷୀଗୋପାଳ---- ପୁରୀ ଜିଲ୍ଳାର ଦ୍ବିତୀୟ ଗଣପର୍ବ ସାକ୍ଷୀଗୋପାଳର ଅଁଳାନବମୀ । କାର୍ତ୍ତିକ ମାସ ନବମୀ ତିଥୀରେ ମା ରାଧା ଓଡିଆଣି ବେଶରେ କାଣିଆ କଛା ମାରିବାଦ୍ବାରା ମା ଠାକୁରାଣୀଙ୍କ ପାଦ ଉପରୁ ଲୁଗା ଉପରକୁ ରହିବା ଯୋଗୁ ପାଦ ଦର୍ଶନର ସୁଯୋଗ ମିଳିଥାଏ । ବର୍ଷକୁ ଥରେ ଏହି ସୁଲଭ ଦର୍ଶନର ସୁଯୋଗ ମିଳିଥାଏ । ଅନ୍ୟପକ୍ଷେ ମା ରାଧାଙ୍କର ଏହି ଦର୍ଶନ କଲେ ବହୃ ପୁଣ୍ୟ ମିଳିଥାଏ ବୋଲି କୁହାଯାଏ । ଆଜି ସେବାୟତ ସଂଘ ଓ ପ୍ରଶାସନର ସହଯୋଗରେ ଠାକୁରଙ୍କର ଦେବନିତି ସଠିକ ସମୟ ଆଗରୁ ସରିଥିଲା । ହଜାର ହଜାର ଶ୍ରର୍ଦ୍ଧାଳୁ ମାନେ ଧାଡିରେ ଦର୍ଶନ କରିଥିଲେ । ସମସ୍ତ ଶ୍ରର୍ଦ୍ଧାଳୁ ସିଂହଦ୍ବାର ଦେଇ ପ୍ରବେଶ କରିବେ ପଶ୍ଚିମ ଓ ଉତ୍ତର ଦ୍ବାରରେ ବାହାରିବେ । ସବୁଠାରୁ ଜିଲ୍ଳା ପ୍ରଶାସନ ଦିନ ୧୦ଟା ପରେ ଦକ୍ଷିଣଦ୍ବାର ଦେଇ ଭିଆଇପି ବା ସେବାୟତ ମାନଙ୍କୁ ଦିଆଯାଇଥିବା ପାସ ବ୍ଯବହାର କରାଯିବା ପାଇଁ ନିଷ୍ପତି କରାଯାଇଥିଲା । ଏଥିଯୋଗୁ ଶ୍ରର୍ଦ୍ଧାଳୁ ମାନେ ମାଙ୍କ ପାଦ ଦର୍ଶନ ପାଇଁ ଧାଡିରେ ଯାଇ ବହୁ ସୁବିଧାରେ ଦର୍ଶନ କରିପାରୁଛନ୍ତି । ଅନ୍ଯ ପକ୍ଷେ ମାଙ୍କର ପାଦ ଛୁଇଁବାର ସୂଯୋଗ ନ ଥିବାରୁ ଶର୍ଦ୍ଧାଳୁଙ୍କ ସଂଖ୍ଯା କମୀବାର ଆଶା ଖରାଯାଉଛି ।
ସାକ୍ଷୀଗୋପାଳରୂ ଧୀରେନ୍ଦ୍ର ସେନାପତି
Sakhigopal anlanabmi jaytra