Breaking News

କାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ବିଭିନ୍ନ ଶୈବପୀଠ ଗୁଡିକରେ ଭକ୍ତଙ୍କର ଭିଡ

ବାଲିଗୁଡା---- କାତ୍ତିକ ପୂଣ୍ଣିମାରେ ବିଭିନ୍ନ ଶୈଵପୀଠ ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଛି ।। ଭୋର ସକାଳୁ ଲୋକମାନେ ବୋଇତ ବନ୍ଦାଣ ଭଷାଣି କରି ପ୍ରଭୁ ଶିବ ଓ ପାର୍ବତିଙ୍କୁ ଦର୍ଶନ କରିବାକୁ ବିଭିନ୍ନ ସ୍ଥାନକୁ ଶିବମନ୍ଦିରକୁ ପୂଜାକରିବାକୁ ଯାଇଥିବାର ଦେଖାଯାଇଥିଲା ।। ସେଥିମଧ୍ୟରୁ ତୁମୁଡିବନ୍ଧ ଠାରେ ରହିଥିବା ଜଲେଶପଟା ନଦୀଗର୍ଭରେ ଜଳେଶ୍ବର ମନ୍ଦିର ଅନ୍ୟତମ । ଏଠାକାର ପରିବେଶ ସୈନ୍ଦର୍ଯ୍ଯତା ଦେଖିବାପାଇଁ ଦୁରଦୂରାନ୍ତରୁ ଲୋକମାନେ ଛୁଟିଆସନ୍ତି  ପ୍ରଭୁ ଜଳେଶ୍ବରଙ୍କୁ ଦର୍ଶନ କରିବାପାଇଁ ।ଏଠାରେ ଟ୍ରଷ୍ଟି ପକ୍ଷରୁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ନଦୀ ତଟରେ ବିଭିନ୍ନ ସ୍ଥାନରୁ ଆସିଥିବା ଲୋକମାନେ ଭୋଜିକରି ଖାଇପିଇ ଖୁସିମନାଇ ଥାନ୍ତି  । ମନ୍ଦିରର ଉପର ପାହଚ ତଳପଯନ୍ତ ପଡିଥିଲେ ମଧ୍ୟ ନଦୀଗର୍ଭରେ ଥିବା ଜଳେଶ୍ବର ମନ୍ଦିରକୁ ଯିବାପାଇଁ କମିଟି ଦ୍ବାରା ଏକ ଅସ୍ଥାୟି କାଠ ପୋଲ ନିର୍ମାଣ କରାଯାଇଛି ଏହା ଉପରେ ଶହଶହ ଲୋକ ଯାତ୍ରାକରିଥାନ୍ତି । ମନ୍ଦିର ପୀଠକୁ ସାତହଜାରରୁ  ଅଧିକ ଲୋକଙ୍କ ସମାଗମ ହୋଇଥିବା ଜଣାପଡିଛି ।
ବାଲିଗୁଡାରୁ - ବନବାସୀ ପ୍ରଧାନ ଓ କନ୍ଧମାଳରୁ ମନୋଜ ପଣ୍ଡା
Kartika Purnima upalakhye bibhinn saiba pith gudikare bhakta nka bhida
News By - Banabasi Pradhan ( Baliguda ), Manoj Panda ( Kandhamala )
Sakhigopal News
Kandhamala News

Blog Archive

Popular Posts