ଚନ୍ଦ୍ରଭାଗା ଠାରେ ବୋଇତ ବନ୍ଦାଣ ଅନୁଷ୍ଠିତ
କୋର୍ଣାକ---କୋଣାର୍କ ଚଦ୍ରଭାଗା ନଦୀ କୁଳରେ ପ୍ରତି ବର୍ଷ ପରି ବହୁ ଆଡ଼ମ୍ବରରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବିଧାୟକ ସମିର ରଞ୍ଜନ ଦାସ, ମୁଖ୍ୟ ବକ୍ତା ଜିଲ୍ଲା ପରିଷଦ ଜ୍ୟୋତ୍ରୀମୟି ଦଳାଈ, ସମ୍ମାନିତ ଅତିଥି ସୁରେନ୍ଦ୍ର ନାଥ ନାୟକ, ସ୍ଵାମୀ ଶଙ୍କରାନନ୍ଦ ଗିରି, ବିଶିଷ୍ଟ ମଞ୍ଚ କଳାକାର ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଦିପ କୁମାର ବିଶ୍ଵାଳ, ପୁରୀ ଜିଲ୍ଲା ଯୁବକ ମହାସଂଘ ଗୋପାଳ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ । ଏହି ସଭାରେ ସମ୍ବଲପୁରୀ ନୃତ୍ୟ, ଦେଶାତ୍ମବୋଧକ ସଙ୍ଗୀତ ଓ ଭଜନ ସମାରୋହ କାର୍ଯ୍ୟ କାମକୁ ଅତିଥୀ ଓ ଦର୍ଶକ ମାନେ ଉପଭୋଗ କରିଥିଲେ । ଶତାଧିକ ବିଦେଶୀ ପର୍ଯ୍ୟଟକ ଏଥିରେ ସାମିଲ ହୋଇଥିଲେ । ଚନ୍ଦ୍ରଭଗା ଠାରେ ଆଜି 24ତମ ବୋଇତ ବନ୍ଦାଣ ହୋଇଥିଲା ପରମ୍ପରା ଅନୁଯାଇ ଓଡିଶାର ସାଧବ ପୁଅମାନେ ବୋଇତ ମାଧ୍ୟମରେ ବିଦେଶକୁ ଓଡ଼ିଶାର ଖଣିଜ ପଦାର୍ଥ ତଥା ଝୁଣା,ଲାଖ,ରତ୍ନପଥର ରୁଦ୍ରାକ୍ଷ ଜିନିଷ ନେଇ ଜାଭା, ସୁମିତ୍ରା, ବାଲି ,ମାଲାୟାଲାମ ଆଦିଦେଶକୁ ବାଣିଜ୍ୟ କରିବାକୁ ଯାଇଥାନ୍ତି l ସାଧବ ବୋହୂମାନେ ସାଧବ ପୁଅ ମାନଂକୁ ବୋଇତ ରେ ବନ୍ଦାପନା କରି ମେଲାଣି ଦେଇଥାନ୍ତି ଏହି ପରମ୍ପରା କୁ ମନେପକାଇ ଚନ୍ଦ୍ରଭାଗା ରେ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁ ମାନେ ଡ଼ଙ୍ଗା ଭସାଇ ପରିବାର ମଙ୍ଗଳ କାମନା କରିଥିଲେ । ତାପରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରକୁ ବୁଲିବା ସହିତ ନବଗ୍ରହ ମନ୍ଦିର ଦର୍ଶନ କରିଥିବାର ଦେଖାଯାଇଥିଲା ।
ନିମାପଡାରୁ ଜୟନ୍ତ ସେଠୀ
Chandrabhaga thare boita bandana anusthita
News By - Jayanta Sethi ( Nimapada )
Sakhigopal News
Nimapada News