ବିଦ୍ଯାଳୟରେ ତିନି ମହାପୁରୁଷଙ୍କ ପ୍ରତିମର୍ତ୍ତି ଉନ୍ମୋଚିତ
କୋଣାର୍କ------କୋଣାର୍କ ନିକଟସ୍ଥ ଯମଧର୍ମ ଗ୍ରାମର ବୌଦ୍ଧବିହାର ଉଚ୍ଚ ବିଦ୍ୟାଳୟ ସ୍ଥିତ ବାତ୍ୟ ଆଶ୍ରୟ ସ୍ଥଳରେ ଉତ୍କଳମଣି ଗୋପବନ୍ଦୁ , ଉତ୍କଳ ଗୌରବ ମଧୁ ସୂଦନ ଓ ନେତାଜୀ ସୁବାଷ ବୋଷଙ୍କ ପ୍ରତିମୂିର୍ତ୍ତି କୁ ଗୋପବନ୍ଧୁଙ୍କ ନାତି ଧୀରେନ୍ଦ୍ର ନାଥ ଦାସ ଆନୁଷ୍ଠାନିକ ଭାବରେ ଉନ୍ମୋଚିତ କରିଥିଲେ । ଉତ୍କଳ ସ୍ୱାଭିମାନ ମଞ୍ଚ ପକ୍ଷରୁ ପ୍ରତିମୂର୍ତ୍ତି ଗୁଡିକ ପ୍ରଦାନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ମଣ୍ଡଳ ଉନ୍ନୟନ ଅଧିକାରୀ , ଶ୍ରୀ ମନ୍ଦିର ପ୍ରାକ୍ତନ ପରିଚାଳକ ପ୍ରସନ୍ନ କୁମାର ଦାଶ, ଅଧ୍ୟାପକ ପ୍ରଭାକର ତ୍ରିପାଠୀ, ଗୋପବନ୍ଧୁଙ୍କ ଦାୟଦ ଧୀରେନ୍ଦ୍ର ନାଥ ଦାସ, ସ୍ୱାଭିମାନ ମଞ୍ଚ ସଭାପତି ରାଧାକାନ୍ତ ଦାଶ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ , ଅଧ୍ୟାପକ, ଅଧ୍ୟାପିକା ସ୍ଥାନୀୟ ଜନପ୍ରତିନିଧି , ଶିକ୍ଷିକା ବାସନ୍ତୀ ମଞ୍ଜୁରୀ ଦାଶ ପ୍ରମୁଖ ଉତ୍ସବରେ ଉପସ୍ଥିତ ରହିଥିଲେ । ଅତିଥି ମାନେ ପିଲା ମାନଙ୍କୁ ମହାପୁରଷଙ୍କ ନୀତିକୁ ଆପଣେଇଲେ ଭବିଷ୍ୟତରେ କାମରେ ଲାଗିବ ବୋଲି କହିଥିଲେ । ପିଲାମାନଙ୍କୁ ଏହି ମହାପୁରୁଷଙ୍କ ଭଳି ନାମ କରିବା ପାଇଁ ଶପଥ ପାଠ କରିଥିଲେ ।
ନିମାପଡାରୁ ଜୟନ୍ତ ସେଠୀ
Mahapursa