Breaking News

ବିଜେପି ପକ୍ଷରୁ ଜନ ପରାମର୍ଶ ପଦଯାତ୍ରାର ଶୁଭାରମ୍ଭ

ଡେଲାଙ୍ଗ ----- ବିଜେଡି ସରକାରଙ୍କ ଦୁନୀର୍ତିର ଶେଷ ସିମା ଟପି ଯାଇଛି । ଜନ ସାଧାରଣ ଅଣ ନିଶ୍ବାସ ହୋଇଗଲେଣି । ଏଥିରୁ ରକ୍ଷା ପାଇବା ପାଇଁ ବିଜେପି ପକ୍ଷରୁ ଜନ ପରାମର୍ଶ ପଦଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ପିପିଲି- ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଜେପିର ଯୁବନେତା ଆଶିତ ପଟ୍ଟନାୟକଙ୍କ ନେତୃତ୍ବରେ  ବେରବୋଇ ସ୍ଥିତ ଗାନ୍ଧୀପିଠରେ। ମାଲ୍ଯର୍ପଣ କରିବା ପରେ ଶତାଧିକ ମହିଳା ପୁରୁଷ ଏକ ପଦଯାତ୍ରାରେ ବାହାରିଥିଲେ । ଏଥିରେ ପୁରୀ ଜିଲ୍ଳାର ଜନ ପରାମର୍ଶ ପଦ ଯାତ୍ରାର ପ୍ରମୁଖ ନାରୀନେତ୍ରୀ ଗାୟତ୍ରୀ ଦାଶ ଉପସ୍ଥିତ ରହିଥିଲେ । ଡେଲାଙ୍ଗ ବ୍ଳକର ଜୋନର ସଭାପତି ସୁଧାଂଶୁ ଶେଖର ପରିଡା ,ଦିଲୀପ ଧାଉଡିଆ ଓ ଶ୍ବେତ ନାୟକଙ୍କ ସହିତ ଜିଲ୍ଳା ଉପସଭାପତି ଜନ୍ମଞ୍ଜୟ ଜେନା,ନିର୍ବାଚନ ମଣ୍ଡଳୀର  ପ୍ରଭାରୀ ଆର୍ତ୍ତବନ୍ଧୁ ପୁଷ୍ଟି , କୃତିବାସ ମହାପାତ୍ର ,ଲଢୁ କିଶୋର ରାୟ ,ଚନ୍ଦ୍ର ଶେଖର ବିଶ୍ବାଳ, ପ୍ରଦୀପ ପାତ୍ର,ଓ ପ୍ରଫୁଲ ଜେନା ପ୍ରମୁଖ କର୍ମୀ ପଦଯାତ୍ରାରେ ସାମିଲ ହୋଇଥିଲେ । ଏହି ପଦଯାତ୍ରା ସମୟରେ ପଥପାନ୍ତ ସଭା କରିଯିବା ସହ ଜନ ସାଧାରଣଙ୍କ ଅସୁବିଧା ସମ୍ପର୍କରେ ମତାମତ ସଂଗ୍ରହ କରାଯିବ । ଆଜି ୧୭ନଂ ଜୋନର ବେରବୋଇ,ଗୁଆଳିପଡା, ଧାନକେରା, ଅଭୟମୂଖୀ, ଜେନାପୁର, ରେଞ୍ଚ ଓ ଶ୍ରୀପୁରୁଷୋତ୍ତମପୁର ପଞ୍ଚାୟତର ଗ୍ରାମ ଗୁଡିକରେ ପଦଯାତ୍ରା କରାଯିବ । ପଦଯାତ୍ରା ସମୟରେ ରାତିରେ ପଦଯାତ୍ରୀଦଳ ବିଭିନ୍ନ ଗ୍ରାମରେ ରାତ୍ରଯାପନ କରି ଜଣସାଧାରଣଙ୍କ ସହିତ ମିଶି ଗ୍ରାମର ଉନ୍ନତି ଦିଗରେ ଆଲୋଚନା କରିବା ସହ ମତାମତ ସଂଗ୍ରହ କରିଯିବ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
BJP pakhyaru jana paramarsa padajatrara subharambha
by dhirendra senapati
sakhigopal news

Blog Archive

Popular Posts