ତ୍ରୟବିଂଶତମ ଡେଲାଙ୍ଗ ମଣ୍ଡଳ ସ୍ତରୟ ବିଞାନ ମେଳା
ଡେଲାଙ୍ଗ -----ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ତ୍ରୟବିଂଶତମ ମଣ୍ଡଳ ସ୍ତରୀୟ ବିଜ୍ଞାନ ଓ ପରିବେଶ ପ୍ରଦର୍ଶନୀ ଉତ୍ସବ ଉଦ୍ଘାଟନ ହୋଇଯାଇଛି । ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଦୀପ,ଧୂପ ଓ ପୁଷ୍ପ ଦେଇ ବିଞାନ ମେଳାକୁ ଉଦଘାଟନ କରିଥିଲେ । ଏହି ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାର୍ଯ୍ଯ ଯୋଗଦେଇ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିବା ସହ ଅନୁଷ୍ଠିତ ସଭାରେ ବିଜ୍ଞାନର ଉପକାରିତା ଉପରେ ମତ ରଖିଥଲେ । ମୁଖ୍ଯବକ୍ତା ଭାବ୍ବରେ ମଣ୍ଡଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ୍ର ପ୍ରଧାନ ଯୋଗଦେଇ ସକାଳୁ ରାତି ପର୍ଯ୍ଯନ୍ତ ବିଞାନର ଆବଶ୍ଯକ ରହିଛି ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବରେ ସୁଜନପୁର ସରପଞ୍ଚଙ୍କ ପ୍ରତିନିଧି ସଂଜୟ ରାଉତରାୟ , ମୁଖ୍ଯ ବକ୍ତା ଭାବେ ମଣ୍ଡଳ ଶିକ୍ଷା ଅଧିକାରୀ ନିରଞ୍ଜନ ପାତ୍ର , ସମ୍ମାନୀତ ଅତିଥି ମଣ୍ଡଳ ଶିକ୍ଷା ସହ ଅଧିକାରୀ ରବି ନାରାୟଣ ମହାପାତ୍ର ,ଶରତ ଚନ୍ଦ୍ର ମିଶ୍ର ଓ ଯୁଧିଷ୍ଠିର ପରିଡା , ଉକ୍ତ ସଭାରେ ମହତାବ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଜ୍ଞାନ ମେଳାର ସମ୍ପାଦକ ନିବେଦିତା ତ୍ରିପାଠୀ ସଭାପତିତ୍ୱ କରିଥିଲେ । ଏହି ବିଜ୍ଞାନ ମେଳାରେ ୧୯୦ ଟି ପ୍ରକଳ୍ପ ସ୍ଥାନ ପାଇଛି । ବିଜ୍ଞାନ ପ୍ରଦର୍ଶନୀ ମେଳା ଦେଖିବା ପାଇଁ ପିଲା ମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଥିବାର ଦେଖାଯାଇଥିଲା ସଭାରେ ସଂଯୋଜନା କରିଥିଲେ ଶିକ୍ଷକ ସୁଧୀର କୁମାର ଜେନା ଓ ଅଶୋକ ପ୍ରଧାନ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
Delangera