Breaking News

ସାକ୍ଷୀଗୋପିନାଥଙ୍କ ସେବାୟତ ମାନେ ସିଂହଦ୍ବାର ନିକଟରେ ଧାରଣାରେ ବସିଲେ

ସାକ୍ଷୀଗୋପାଳ----ରାତି ପାହିଲେ ହଜାର  ହଜାର ଶ୍ରଦ୍ଧାଳୁ ସାକ୍ଷୀଗୋପିନାଥ ଓ ମା ରାଧାଙ୍କୁ ଦର୍ଶନ କରିବା ପାଇଁ ଆସିବେ । ଅନ୍ଯ ପକ୍ଷେ ସାକ୍ଷୀଗୋପାଳ ସେବାୟତ ମାନଙ୍କ ପତି ଅବିଚାର କରାଯାଇଛି କହି ମନ୍ଦିର ସମ୍ବୁଖରେ ଧାରଣା ଦେଇଛନ୍ତି । ପ୍ରଶାସନ କଥା ଦେଇ କଥା ରଖିଲା ନାହିଁ । ଏଣୁସମସ୍ତଙ୍କ ପାଇଁ ଗୋଟିଏ ନିୟମ କରାଯାଉ । ଟୋକୋନ ଓ ପାସା ତୁରନ୍ତ ବନ୍ଦକରିବାକୁ ସେବାୟତ ସଂଘ ଜିଦ କରିଛି। ଧାଡିରେ ସମସ୍ତ ଭକ୍ତ କିପରି ଦର୍ଶନ କରିବେ ସେ ଦିଗପ୍ରତି ନଜର ଦିଆଯାଉ । ଆଦି ଦାବିରେ ଧାରଣା ଦେଇଛନ୍ତି । ଅନ୍ଯ ପକ୍ଷେ ସେବାୟତ ଓମନ୍ଦିର ପ୍ରଶାସନ ମୁହାଁ ମୁହିଁ ଅବସ୍ଥାରେ । ବର୍ତ୍ତମାନ ଠାକୁରଙ୍କ ବଲ୍ଳଭ ନୀତିପର ଠାରୁ ଅନ୍ଯ ନୀତି ବନ୍ଦ ରହିଥିବା ଜଣାପଡିଛି । ଠାକୁର ବର୍ତ୍ତମାନ ଉପବାସ ରହିଛନ୍ତି ।ସେବାୟତ ମାନଙ୍କ ଧାରଣା ସ୍ଥଳରେ  ସ୍ଥାନୀୟ  ବିଧାୟକ ସେବାୟତ ସଂଘ ସହିତ ଆଲୋଚନା କରୁଛନ୍ତି । ମାତ୍ର ସେବାୟତ ମାନେ  କାର୍ଯ୍ଯନିର୍ବାହୀ ଅଧୀକାରିଙ୍କୁ ବହିଷ୍କାର ଦାବୀରେ ଅଟଳ ରହିଛନ୍ତି ।ଶେଷରେ ଜିଲ୍ଳାପାଳ ଜ୍ଯୋତି ପ୍ରକାଶ ଦାଶ , ଏଡିଏମ ବିନୟ କୁମାର ଦାଶ , ଅତିରିକ୍ତ ଦୋବର୍ତ୍ତର କମିଶନର ପାର୍ଥ ସାରଥୀ ପଟ୍ଟନାୟକ ଧାରଣା ଦେଇଥିବା ସେବାୟତ ମାନଙ୍କ ସହ ଆଲୋଚନା କରି ପାସର ବ୍ଯବସ୍ଥ୍ୟା କରିବା ପରେ ଧାରଣାରୁ ସେବାୟତ ମାନେ ଧାରଣାରୁ ଉଠିଥିଲେ । ବନ୍ଦ ରହିଥିବା ଠାକୁରଙ୍କ ନୀତିକାନ୍ତି  କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Sakhigopinathnka sebayat mane singhadwara nikatare dharanare basile
By - Dhirendra Senapati ( Sakhigopal )
Sakhigopal News

Blog Archive

Popular Posts