Breaking News

ପୁରୀ ଜିଲ୍ଳାର ପୁର୍ବତନ ବିଜେପି କାର୍ଯ୍ଯକର୍ତ୍ତା ମାନଙ୍କର ଚିନ୍ତନ ବୈଠକ

ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ବକୁଳବନ ପରିସରରେ ବିଜେପି ର ପୂର୍ବତନ ଅବିଭକ୍ତ ପୁରୀ ଜିଲ୍ଳା ସଭାପତି ସୁରେନ୍ଦ୍ର  ନାଥ ଜେନାଙ୍କ ସଭାପତିତ୍ବରେ ଏକ ଜରୁରୀ ବୈଠକ ଅନୂଷ୍ଠିତ ହୋଇଯାଇଛି । ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଶତାଧିକ ବିଜେପି ପୂର୍ବତନ କର୍ମୀମାନେ ଏକଜୂଠ ହୋଇ ଆଜିର ବିଜେପି ଦଳର ସଂଗଠନର ବ୍ୟତିକ୍ରମ ଓସେଛାଚାରିତାକୁ ନେଇ ଅସନ୍ତୁଷ୍ଟ ପ୍ରକାଶ ପାଇଥିଲା । ଦଳର ଅସମୟରେ ଯେଉଁମାନେ ନୀଜର ସମସ୍ତ ସମୟ ଅର୍ଥ ଖଚ୍ଚକରି ରହିଥିଲେ ସୈମାନଙ୍କୁ ଅଣଦେଖା କରାଯାଉଛି ବୋଲି ବୈଠକରେ ମତ ପ୍ରକାଶ ପାଇଛି । ଯେଉଁମାନେ ସେ ସମୟରେ ଦଳକୁ ସମାଲୋଚନା  କରୁଥିଲେ ସେମାନେ ଆଜି ଦଳର ମଖପାତ୍ର ବା ମଙ୍ଗଧରିଛନ୍ତି ବୋଲି ଉପସ୍ଥିତ କର୍ମକର୍ତ୍ତାମାନେ ମତ ପ୍ରକାଶ କରିଛନ୍ତି । ଉଚ୍ଚସ୍ତରୀୟ ନେତାମାନେ ବା ଦଳୀୟ ସାଂଗଠନିକ କର୍ମକର୍ତ୍ତା ମାନେ ନଜର ଦେବାକୁ ଅନୁରୋଧ କରାଯିଇଛି ।ନଚେତ ଆଗାମି ଦିନରେ ଉଚିତ ଜବାବ ଦିଆଯିବ ବୋଲୀ ଚେତାବନି ଦେଇଛନ୍ତି । ଏହି ବୈଠକରେ ପୂର୍ବତନ ଜିଲ୍ଳା ସାଧାରଣ ସମ୍ପାଦକ ମହେଶ୍ବର ପ୍ରଧାନ ,ଜିଲ୍ଳା ସାଧାରଣ ସମ୍ପାଦକ ପ୍ରଫୂଲ  ପ୍ରସାଦ ଗଜେନ୍ଦ୍ର ,ଚିନ୍ମୟ ମହାପାତ୍ର,ବିନୃୟ ନୃସିଂହ ମହାପାତ୍ର ଓ ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ରହି ଥିଲେ । ସାକ୍ଷୀଗୋପାଳରୁ  ଧୀରେନ୍ଦ୍ର ସେନାପତି

Puravtana BJP karmi eakjuta hela

Blog Archive

Popular Posts