Breaking News

ରଥ ନିର୍ମାଣ ପାଇଁ ଉତ୍ତର ଘୁମୁସର ବନଖଣ୍ଡରୁ ୩୬ ଖଣ୍ଡ ରଥ-କାଠ ପୁରୀକୁ ଗଲା


ଭଞ୍ଜନଗର - ଘଣ୍ଟ ଘଣ୍ଟା, ମୃଦଙ୍ଗ ବାଜଣାରେ ଜୟ ଜଗନ୍ନାଥ କହି, ପୁରୀକୁ ପଠାଗଲା ୩୬ ଖଣ୍ଡ ରଥକାଠ । ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ବାଇବାଲି ଜଙ୍ଗଲରୁ ସଂଗୃହିତ କାଠକୁ ଟ୍ରଲର ସାହାଯ୍ୟରେ ପଠା ଯାଇଛି । ସୋମବାର ଅପରାହ୍ନରେ ଏନେଇ ବାଇବାଲି ଜଙ୍ଗଲ ନିକଟରେ ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଉପସ୍ଥିତିରେ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ ଏବଂ ବନଖଣ୍ଡ ଅଧିକାରୀ ଶ୍ରୀ ମହାନ୍ତି ଆୟୋଜିତ ହୋମଯଜ୍ଞ ରେ ସାମିଲ ହୋଇଥିଲେ । ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ପୁରୁଷ ଓ ମହିଳା ଯୋଗ ଦେଇ ପୂଜାର୍ଚ୍ଚନା କରିବା ସହ ନାମ ସଂକୀର୍ତ୍ତନ କରିଥିଲେ । ଏହି ବନଖଣ୍ଡ ପକ୍ଷରୁ ଷଷ୍ଟ ପାଳିରେ ଚଳିତ ବର୍ଷ ରଥଯାତ୍ରା ପାଇଁ ପ୍ରଥମ ପର୍ଯ୍ୟାୟରେ ୪୦ ଫୁଟ ଲମ୍ବର ୨୦ ଟି ଢଉରା  ଏବଂ ୧୬ ଟି ଅସନ କାଠ ସଂଗୃହ କରାଯାଇଥିଲା । ଯାହାକି ରଥର ଅଖ ନିର୍ମାଣ କରାଯିବ ବୋଲି କୁହାଯାଇଛି।। ରଥକାଠ  ପଠାଇବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଏସିଏଫଓ ରଶ୍ମିରଞ୍ଜନ ସ୍ବାଇଁ, କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ ପୃଥୀରାଜପ୍ରଧାନ ମୁଜାଗଡ ବନପାଳ ଅଭିମନ୍ୟୁ ମଲ୍ଲିକ,ଡହ ବନପାଳ ଅନୂୂପ ବିଷୋୟୀ,ମୁଜାଗଡ ସହର ବନପାଳ ବବୁଲୁ ସେଠୀ ,ଭଞ୍ଜନଗର ବ୍ମକ ଅଧ୍ୟକ୍ଷ ନରୀସଭା ନାଇକ ସମେତ ବନରକ୍ଷୀ ଓ ସ୍କ୍ୱାର୍ଡ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୨/୫/୨୦୨୫----୮,୪୫ Sakhigopal News,12/5/2025

Blog Archive

Popular Posts