ଶିଳ୍ପଗୁରୁ ଅନନ୍ତ ମହାରଣାଙ୍କ ସ୍ମୁତି ଦିବସ ପାଳିତ
ଚନ୍ଦନପୁର ---ପୁରୀ ଜିଲ୍ଲାର ଚନ୍ଦନପୁର ସ୍ଥିତ ଅନନ୍ତ ଗୁରୁକୂଳ ପକ୍ଷରୁ ଶିଳ୍ପଗୁରୁ ସ୍ୱର୍ଗତ ଅନନ୍ତ ମହାରଣାଙ୍କ ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧତ୍ସୋବକୁ ତାଙ୍କର ସ୍ମୁତି ଦିବସ ରୂପେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଜଗନ୍ନାଥ ଆଶ୍ରମର ପ୍ରତିଷ୍ଠାତା ଡଃ ନାରାୟଣ ବାବା ସଭାପତିତ୍ୱ କରିଥିବା ବେଳେ,ମୁଖ୍ୟ ଅତିଥି ଭାବେ ଟିକିତାରାର ସମ୍ପାଦକ ବିପିନ ଦଳାଇ ଏବଂ ସମ୍ନାନିତ ଅତିଥିଭାବେ ମନ୍ଦିର ସ୍ଥପତି ଯୁଧିଷ୍ଟିର ବେହେରା,ଅଧ୍ୟାପକ ମିନକେତନ ପାଟ୍ଟଯୋଶି,ପଟ୍ଟଚିତ୍ର ଶିଳ୍ପୀ ନିରଞନ ମହାରଣା ପ୍ରମୁଖ ଯୋଗଦାନ କରିଥିଲେ । ଗୁରୁ ଅନନ୍ତ ମହାରଣା ପଟ୍ଟଚିତ୍ର ଶିଳ୍ପର ଅନ୍ୟତମ ଉଦ୍ୟେକ୍ତାଭାବେ ପରିଚିତ । ଆଜି ପଟ୍ଟଚିତ୍ର ଶିଳ୍ପର ଯେଉଁ ଉଥାନ ଅଭିବୃଦ୍ଧି ହୋଇଛି,ତାହା କେବଳ ସମ୍ଭବ ହୋଇ ପାରିଛି ଗୁରୁଙ୍କର ଜୀବନବ୍ୟାପି ସାଧନା ଏବଂ ଉସô୍ଗୀକୃତ ସେବା ମନବୃତି ପାଇଁ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ତାଙ୍କ ବାପା ସ୍ୱର୍ଗତ ପାଣୁ ମହାରଣା ମଧ୍ୟ ଜଗନ୍ନାଥଙ୍କ ଚିତ୍ର ସେବକ ରୂପେ କାର୍ଯ୍ୟ କରିବା ସହିତ ତାଙ୍କ ଚିତ୍ର ଆଜି ବ୍ରିଟିଶ ମ୍ୟୁଜିୟମ ସ୍ଥାନ ପାଇଛି । ତାଙ୍କ ସୁପୁତ୍ରଭାବରେ ଗୁରୁ ଅନନ୍ତ ମହାରଣା ପଟ୍ଟଚିତ୍ର ଶିଳ୍ପକୁ ଏକ ନୂତନ ଦିଗଦର୍ଶନ ଦେବା ସହ ଦେଶ ତଥା ବିଦେଶରେ ଏହାର ପ୍ରସାର କରାଇଥିଲେ । ଜୀବନକାଳ ମଧ୍ୟରେ ଦେଶ ତଥା ବିଦେଶରୁ ବହୁ ପୁରସ୍କାର ଏବଂ ସମ୍ନାନରେ ସମ୍ନାନୀତ ହୋଇଥିଲେ ମଧ୍ୟ ନିଜକୁ ଜଣେ ସାମାନ୍ୟ ବ୍ୟକ୍ତିଭାବେ ପ୍ରତିପାଦନ କରୁଥିଲେ । ଏହି ସ୍ମୁତି ଦିବସ ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ମନୋରମା ପାତ୍ର,ପ୍ରବାସିନି ମିଶ୍ର,ସରୋଜ କୁମାର ବେହେରା,ବିକ୍ରମ କେଶରୀ ରାଉତରାୟ ଏବଂ ମାନସ କୁମାର ଜେନାଙ୍କୁ ଉପଢୌକନ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା । ପ୍ରଧାନ ଶିକ୍ଷକ ମନୋରଞନ ମିଶ୍ର ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଚିତ୍ର ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା । କୃତି ପ୍ରତିଯୋଗୀଭାବେ ଅନନ୍ୟା ମିଶ୍ର,ସୁନିତା ମହାରଣା,ଆଶୁତୋଷ ମିଶ୍ର,ପ୍ରଜ୍ଞାପାରମିତା ସାହୁ,ସ୍ମୁତିମୟୀ ମହାନ୍ତି,ପ୍ରୀତିରଞନ ମହାପାତ୍ର,ପ୍ରିତିରଞନ ମହାରଣା,ଜଗନ ମହାରଣା,ଅମିତ କୁମାର ମହାରଣା,ପ୍ରୀୟଦର୍ଶିନୀ ସାହୁଙ୍କୁ ପ୍ରମାଣପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଏହି ସ୍ମୁତି ଦିବସକୁ ତାଙ୍କୁ ସୁପୁତ୍ର ବିଭୁ ମହାରଣା,ପୂର୍ଣ୍ଣ ମହାରଣା ଏବଂ ପ୍ରହଲ୍ଲାଦ ମହାରଣା ପ୍ରମୁଖ ଆୟୋଜନ କରିଥିଲେ ।
Silpaguru Ananta Maharana nka smruti dibasa palita
News By - Dhirendra Senapati
Sakhigopal News
Chandanpur News