ଚାଇଁପୁର ପଞ୍ଚାୟତର ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ ; ଥାନାରେ ଅଭିଯୋଗ
ଡେଲାଙ୍ଗ---- କିଛିଦିନ ବିଶ୍ରାମ ପରେ ପୁଣି ଆରମ୍ଭ ହୋଇଛି ଶିତଳ ଯୁଦ୍ଧ । ଏହା ହେଉଛି ନୀତିଦିନିଆ କଥା । ବୋମା ମାଡ, ଗଣ୍ଡଗୋଳ, ଗୃହଦାହ, ହତ୍ୟା, ଲୁଣ୍ଠନ ଓ ମାରପିଟ ଏହାକୁ ଅଞ୍ଚଳବାସୀ ସାମାନ୍ୟ କଥା ଭାବରେ ନେଇଥାନ୍ତି । ମାତ୍ର ବାହାର ଲୋକ ଭୟ କରନ୍ତି । ପୁରୀ ଜିଲ୍ଲାରେ ଡେଲାଙ୍ଗ ଥାନା ଅନ୍ତର୍ଗତ ଚାଇଁପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ ପରିଡାଙ୍କ ଘର ଉପରକୁ ବୁଧବାର ବିଳମ୍ବିତ ରାତିରେ କେହି ଦୁବୁର୍ତ ଲଗାତର ୫ରୁ ଅଧିକ ବୋମା ମାଡ କରି ଫେରାର ହୋଇଯାଇଛି । ଏହି ବୋମା ମାଡ ସମୟରେ ସରପଞ୍ଚଙ୍କ ପରିବାର ନିଦରେ ଶୋଇଥିଲେ । ବୋମା ଶଦ୍ଧରେ ପରିବାର ଲୋକମାନେ ଭୟଭୀତ ହୋଇ ଉଠିପଡିଥିଲେ । କୌଣସି ଉପାୟ ନ ପାଇ ଡେଲାଙ୍ଗ ପୋଲିସର ସହଯୋଗ ଲୋଡିଥିଲେ । ଏବଂ ପୋନ ଯୋଗେ ବୋମା ମାଡ ସାଉଣ୍ଡ ଶୁଣାଇ ଦେଇଥିଲେ । ବୋମା ମାଡରେ କାହର କିଛି କ୍ଷତି ହୋଇନଥିଲେ ମଧ୍ୟ ଘର କାନ୍ଥରୁ ପଲସ୍ତରା ଛାଡି ଯାଇଛି । ଆଜି ସକାଳୁ ଡେଲାଙ୍ଗ ଥାନା ଆଇଆଇସି ଅସିତ କୁମାର ମହାନ୍ତି ଓ ହରିରାଜପୁର ଫାଣ୍ଡି ଅଧିକାରୀ ପ୍ରକାଶ ମଲିକ ଘଟଣା ସ୍ଥଳରେ ପହଞ୍ଚି ବୋମା ମାଡ ହୋଇଥିବା ସ୍ଥାନ ଦେଖିବା ସହ ଟୁକୁରା ସୁତଳି, କାଗଜ , ଗୋଡି ଆଦି ସମାଗ୍ରୀ ଆଣିଛନ୍ତି । ଥାନାରେ ଶ୍ରୀ ପରିଡା ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଜାରି ରଖିଥିବାର ଜଣାପଡିଛି । ସୁଚନାଯୋଗ୍ୟ ଯେ ଶ୍ରୀ ପରିଡା ସରକାରୀ ଅର୍ଥ ହେରଫେର କରିଥିବା ନେଇ ତାଙ୍କୁ ସରପଞ୍ଚ ପଦବୀରୁ ବହିଷ୍କାର କରାଯାଇଥିଲା । ମାତ୍ରସେ ନ୍ୟାୟ ପାଇଁ ଉଚ୍ଚ ନ୍ୟାୟୂୟରେ ଅପିଲ କରିବା ପରେ ତାଙ୍କୁ ପୁର୍ନବାର ସରପଞ୍ଚ ପଦବୀ ମିଳିଛି । ଜନ ହିତକର କାର୍ଯ୍ୟ କରିବା ସମୟରେ ତାଙ୍କୁ ହଇରାଣ କରାଯାଉଛି । ଭୟଭୀତ କରିବା ପାଇଁ ଘର ଉପରକୁ ବୋମା ମାଡ କରାଯାଇଛି ବୋଲି ସେ କହନ୍ତି । ଅନ୍ୟ ପକ୍ଷେ ଏହା ରାଜନୈତିକ ଶ୍ରତୁତା ନୁହେଁ ଏହା ତାଙ୍କର ପୁର୍ବ ଶ୍ରତୁତାକୁ କେନ୍ଦ୍ର କରି ବୋମା ମାଡ ହୋଇଥିବା ବିଶେଷ ସୁତ୍ରରୁ ଜଣାପଡିଛି । ସେ ଯାହା କିଛି ହେଉନା କାହିଁକି ଜଣେ ଜନପ୍ରତିନିଧିଙ୍କ ଘର ଉପରକୁ ବୋମା ମାଡ ହେବା ନିନ୍ଦନୀୟ ଘଟଣା ବୋଲି ଡେଲାଙ୍ଗ ଅଞ୍ଚଳର ବୁଦ୍ଧଜୀବି ମାନେ ମତ ପ୍ରକାଶ କରିଛନ୍ତି ।
ଡେଲାଙ୍ଗରୁ -- ଧୀରେନ୍ଦ୍ର ସେନାପତି,
Sarapanch kna gharuproku bomamada