Breaking News

ଭାରତିପୁର ବିଜୁ ଯୁବ ବାହିନୀ ପକ୍ଷରୁ ଭଲିବଲ ଟୁର୍ଣ୍ଣାମେଣ୍ଟ

ପିପିଲି-- ପିପିଲି ବ୍ଳକର ଭାରତିପୁର ପଞ୍ଚାୟତର ବାବା ନୀଳକେଣ୍ଠଶ୍ୱର ଦେବଙ୍କ ମନ୍ଦିର ନିକଟ ପଡିଆରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି ପଞ୍ଚାୟତ ସ୍ତରୀୟ ଭଲିବଲ ଟୁର୍ଣ୍ଣମେଣ୍ଟ  । ଅତିଥି ଭାବରେ ସରପଞ୍ଚ ଜଗନ୍ନାଥ ନନ୍ଦ ଓ ସମିତିସଭ୍ୟ ହରି ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବରେ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ  । ପଞ୍ଚାୟତରୁ ବଛା ବଛା ପିଲାମାନଙ୍କୁ ନେଇ ୪ ଦଳ ଗଠନ କରାଯାଇଥିଲା  । ଶେଷରେ ୮ଜଣ ପିଲାଙ୍କୁ ଆସନ୍ତା ୨ ତାରିଖ ଦିନ ବ୍ଳକ  ଓସ୍ତରରେ ଖେଳରେ ଭାଗ ନେବା ପାଇଁ ବଛା ଯାଇଛି । ମ୍ୟାଚ ପରିଚାଳନା କରିଥିଲେ କ୍ରୀଡା ଶିକ୍ଷକ ବିକ୍ରମ ଖୁଣ୍ଠିଆ  । ପଞ୍ଚାୟତର ବିଜୁ ଯୁବ ବାହିନୀର ସଭାପତି ସତ୍ୟବତ୍ର ମିଶ୍ର, ସମ୍ପାଦକ ତନ୍ମୟୀ ବେହେରା ଓ କୋଷାଧ୍ୟକ୍ଷ ବବୁଲୁ ସ୍ୱାଇଁ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ । ଏହି ମ୍ୟାଚ ଦେଖିବା ପାଇଁ ଶହ ଶହ ଯୁବକ ଓ ଖେଳପିୟ ବଂଧୁ ମାନେ ଉପସ୍ଥିତ ରହିଥିଲେ । ଅତିଥି ମାନେ କୃତକାର୍ଯ୍ୟ ଖେଳାଳୀ ମାନଙ୍କୁ ଉତ୍ସାହିତ ପ୍ରଦାନ କରିବା ସହ କପ୍ ପ୍ରଦାନ କରିଥିଲେ । 
ପିପିଲିରୁ -- ବିଜୟ ମହାପାତ୍ର 

Blog Archive

Popular Posts