ପୂର୍ବତନ ସରପଞ୍ଚ ତଥା କୁଇକୂଳ ସମ୍ପାଦକଙ୍କୁ ହତ୍ଯା : ଜଣେ ଗିରଫ
ବାଲିଗୁଡା-----କନ୍ଧମାଳ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବୁଦୁଲିପଦର ଗାଁରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ।ଆଜି ସକାଳ ୮ଘଣ୍ଟ ସମୟରେ ପୁରେନ୍ଦ୍ର ମାଝୀଙ୍କ ପୁଅ ପୂର୍ବତନ ସରପଞ୍ଚ ଏବଂ କୁଇକୂଳ ସମ୍ପାଦକ ପ୍ରକାଶ ମାଝୀ ବୟସ( ୫୬)ଙ୍କୁ କେହିହତ୍ୟା କରି ଏକ ପଡିଆରେ ଫିଙ୍ଗିଦେଇଥିବା ଖବର ସବୁଆଡେ ଖେଳିଯାଇଥିଲା । ଏବିଷୟରେ ଲୋକମାନେ ତୁମୁଡିବନ୍ଧ ଥାନାକୁ ଖବର ଦେଇଥିଲେ । ଖବରପାଇ ଥାନାଅଧିକାରି ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଚଳାଇଥିବାବେଳେ ଲକ୍ଷି ମାଝୀ ନାମକ ବ୍ୟକ୍ତି ପ୍ରକାଶମାଝୀଙ୍କୁ ହତ୍ୟାକରିଥିବା ପ୍ରକାଶ କରିଥିଲା । ଲଷି ମାଝୀକୁ ଥାନାହାଜାତକୁ ପଠାଯାଇଥିବା ଥାନାଅଧିକାରି ପ୍ରକାଶ କରିଛନ୍ତି । ଏହି ହତ୍ୟାକାଣ୍ଡ ଜମିଜମା ଓ ପୂର୍ବଶତୃତାକୁ ନେଇ ହୋଇଥିବା ଘରଲୋକ ପ୍ରକାଶ କରିଥିବାବେଳେ ମୃତ ପ୍ରକାଶ ମାଝୀ ଜଣେ କୁଇକୂଳ ସମ୍ପାଦକ ଓ ଏକ ନିଦ୍ଦିଷ୍ଠ ରାଜନୈତିକ ବ୍ୟକ୍ତି ହୋଇଥିବାରୁ ଜଣେ ଏହି ହତ୍ୟାକାଣ୍ଡ ଘଟାଇଛି ନା ଆଉକେହି ଏଥିରେ ସଂପୃକ୍ତ ଅଛନ୍ତି ତଦନ୍ତ ପରେ ଜଣାପଡିବ ବୋଲି ଥାନାଅଧିକାରି ବାବୁ ସାହେବ ସରାଫ୍ ପ୍ରକାଶ କରିଛନ୍ତୀ ।ଏହି ଘଟଣାକୁ ନେଇ ବୁଦୁଲି ପଦର ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶପାଇଛି । ବାଲିଗୁଡାରୁ ---ବନବାସି ପ୍ରଧାନ ଓ କନ୍ଧମାଳରୁ ମନୋଜ ପଣ୍ଡା
Pubatana Sarapanch