ହକି ବିଶ୍ବକପ ଉପଲକ୍ଷେ ବିଜୁ ଯୁବ ବାହିନୀ ପକ୍ଷରୁ ଦୀପଦାନ
ପୁରୀ------- ଆଜି ଭୁବନେଶ୍ୱର ରେ ଓଡ଼ିଶା ହକି ପୁରୁଷ ବିଶ୍ୱକପ ର ଉଦ୍ଘାଟନ ଉତ୍ସବ । ପୁରୀ ଶ୍ରୀମନ୍ଦିର ସମ୍ମୁଖ ରେ ପୁରୀ ବିଜୁ ଯୁବ ବାହିନୀ ପକ୍ଷରୁ ଦୀପଦାନ କରାଯାଇଛି। ଚଳିତ ବିଶ୍ୱକପ ଆୟୋଜନ ରେ ସଫଳତା ସହ ଭାରତ ଚମ୍ପିୟାନ ହେବା ଆଶା ନେଇ ବିଜୁ ଯୁବ ବାହିନୀ ପକ୍ଷରୁ ମହାପ୍ରଭୁଙ୍କ ନିକଟରେ ଦୀପଦାନ କରି ଏହି ପ୍ରାର୍ଥନା କରିଛନ୍ତି । ସେହିପରି ଶ୍ରୀଜୀଉ ଙ୍କ ଅଂଗଲାଗି ଫୁଲ କୁ ମଧ୍ୟ ଉଦ୍ଘାଟନ ଉତ୍ସବ ପାଇଁ ଭୁବନେଶ୍ବର ଓ କଟକ ନିଆଯାଇଛି । ଚଳିତ ହକି ବିଶ୍ୱ କପ ରାଜ୍ୟ ତଥା ଦେଶର ନାମ ସାରା ବିଶ୍ୱରେ ସ୍ଵତନ୍ତ୍ର ସ୍ଥାନ ଦେବ ବୋଲି ପୁରୀ ବିଜୁ ଯୁବ ବହିନୀ ପ୍ରକାଶ କରିଛନ୍ତି।
ନିମାପଡାରୁ ଜୟନ୍ତ ସେଠୀ
Bjiu juba bhaini pakhur dipafana