ଦିବ୍ଯାଙ୍ଗୀନି ବିନୋଦିନୀ ପାଇଁ ରାଜ୍ଯ ସରକାରଙ୍କର ଯୋଜନା ସିତ ସପନ
କସାକ୍ଷୀଗୋପାଳ------ରାଜ୍ଯ ସରକାର ଦିବ୍ଯାଙ୍ଗ ମାନଙ୍କ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଜନ ହିତକର ଯୋଜନା କରୁଥିବା ସମୟରେ ଦିବ୍ଯାଙ୍ଗିନୀ ବିନୋଦିନୀ ପାଇଁ ସାତ ସପନ ହୋଇଛି ।। ପୁରୀ ଜିଲ୍ଳାର ସତ୍ୟବାଦୀ ବ୍ଳକର ବଳରାମପୁରଗଡ ଗ୍ରାମ ପଞ୍ଚାୟତର କଅଁଳପଡା ଗ୍ରାମର କମ୍ବୁପାଣି ଜେନା ଙ୍କ ଝିଅ ବିନୋଦିନି (୪୫) । ଜନ୍ମରୁ ସେ ଦିବ୍ଯାଙ୍ଗିନୀ । ବହୁ କଷ୍ଟରେ ତାଙ୍କୁ ମିଳିଛି ଭର୍ତା
। ବିଜୁ ପକ୍କାଘର , ପ୍ରଧାନମନ୍ତୀ ଆବାସ ଯୋଜନ କିମ୍ବା ରେଶନ କାର୍ଡରୁ ବଞ୍ଚିତ । ଅନେକଥର ଦରଖାସ୍ତ କରିବା ସହ ଜନ ପ୍ରତିନିଧିଙ୍କ ଠାରୂ ବ୍ଳକ ଅଧିକାରୀ ମାନଙ୍କୁ ଗୁହାରୀ ହୋଇଛି କେହି କିଛି ଶୁଣିନାହାନ୍ତି । ରେଶନ କାର୍ଡ ଖଣ୍ଡିଏ ପାଇଁ ଅଧିକାରୀଙ୍କ ଠାରୁ ଡିଲର ଜ୍ୱରି ଗୁହାରୀ ହୋଇଛି । ମାତ୍ର ସେ ଦଳୀୟ କର୍ମୀ ନୂହେଁ , ହାତଗୁଞ୍ଜାଁ ଦେଇ ପାରିଲି ନାହିଁ ବୋଲି ଲୋତକଭରା ଆଖିରେ ସେ କହନ୍ତି । ଏବେ ଯେଉଁ ରେଶନ କାର୍ଡ ବଣ୍ଟନ ହୋଇଛି ଏହା ସମ୍ପର୍ଣ୍ଣ ଜାଲିଆତି । ଏବେ ନିଜ ଭାଗ୍ଯକୁ ଆଦେରି ଚୁପ ହୋଇ ରହି ଛନ୍ତି । ସମୟ କୁ ଆପକ୍ଷା କରିଛନ୍ତି ବିନୋଦିନ .
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପପତି
Bhina khima