Breaking News

ବିପୁଳ ପରିମାଣର ବ୍ରାଉନସୁଗର ଜବତ, ୩ ଅଭିଯୁକ୍ତ ଗିରଫ



ଜଟଣୀ,----: ଜଟଣୀ ଥାନା ପୁଲିସ ଏକ ବିଦ୍ୟୁତ୍ ସବଷ୍ଟେଶନ ନିକଟରୁ ବେଆଇନ ଭାବେ ବ୍ରାଉନସୁଗର ବିକ୍ରି କରୁଥିବା ବେଳେ ୩ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।  ସେମାନଙ୍କ ନିକଟରୁ ବିପୁଳ ପରିମାଣର ବ୍ରାଉନ ସୁଗର ଜବତ ହୋଇଥିବା ଜଣାପଡିଛି। ଏହି ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ୨ଟି ମୋଟରସାଇକେଲ, ମୋବାଇଲ ଫୋନ ନଗଦ ଟଙ୍କା ଜବତ କରିଛି ପୋଲିସ। କୌଣସି ସୂତ୍ରରୁ ଖବର ପାଇ ଜଟଣୀ ଥାନା ପୋଲିସର ଏକ ସ୍ବତନ୍ତ୍ର ଟିମ୍ ନାଇସର୍ ପଛ ପଟେ ଥିବା ଏକ ବିଦ୍ୟୁତ୍ ସବଷ୍ଟେସନ୍ ନିକଟରେ କେତେକ ଯୁବକ ବ୍ରାଉନ ସୁଗର୍ ବିକ୍ରି କରୁଥିବା ବେଳେ ଅତର୍କିତ ଚଢ଼ାଉ କରି ଥିଲେ। ମାତ୍ର ଏମାନେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରିଥିଲା। ଚଢ଼ାଉ ବେଳେ ସେମାନଙ୍କ ନିକଟରୁ ୧୭.୬୧ ଗ୍ରାମ ବ୍ରାଉନସୁଗାର, ୩ଟି ମୋବାଇଲ ଫୋନ, ୨ଟି ମୋଟରସାଇକେଲ ଏବଂ ନଗଦ ୭ ହଜାର ଟଙ୍କା ଜବତ କରିଥିଲେ। ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ବିକ୍ରି କରୁଥିବା ଏହି ବ୍ରାଉନ ସୁଗାରକୁ  ରାଜାବଜାରର ଏସ୍ କେ ଇମ୍ରାନ ଓରଫ ସଦାମ୍ ନାମକ ଜଣେ ବ୍ୟବସାୟୀ ଠାରୁ ଆଣି ବିକ୍ରି କରୁଥିବା ଅଭିଯୁକ୍ତମାନେ ପୁଲିସ  ନିକଟର ବୟାନ  ଦେଇଥିଲେ। ଗିରଫ ଅଭିଯୁକ୍ତ ମାନେ ହେଲେ ଜଟଣୀ ଥାନା ଅନ୍ତର୍ଗତ ଗଜପତି ନଗର ଅଞ୍ଚଳରେ ରହୁଥିବା ସାବାଜ୍ ଓରଫ ଶେକ୍ ସାବାଜ୍(୨୨), ଖୋର୍ଦ୍ଧା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ନରେନ୍ଦ୍ର ସାହି ରେ ରହୁଥିବା କୁନୁ ଓରଫ ସୁମିତ୍ କୁମାର ନାୟକ (୨୩) ଓ ଖୋର୍ଦ୍ଧା  ଅରବିନ୍ଦ ନଗର   ଡମସାହି ଅଞ୍ଚଳରେ ରହୁଥିବା ସୋନୁ ଓରଫ ବୈଷ୍ଣବ ବେହେରା (୨୫) ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଏନେଇ ଜଟଣୀ ଥାନାରେ ୨୭୫/୨୪ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଜଟଣୀ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିୟାର ସିଂହ ସୁଚନା ଦେଇଛନ୍ତି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୭/୨୦୨୪----୯,୪୦ Sakhigopal News,9/7/2024

Blog Archive

Popular Posts