Breaking News

ନୟାଗଡ଼ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ଠିକା ନିଯୁକ୍ତି ରେ ଜାଲିଆତି ଅଭିଯୋଗ


ନୟାଗଡ଼ ---ନୟାଗଡ଼  ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ଠିକା ନିଯୁକ୍ତିରେ ବ୍ୟାପକ କେଳେଙ୍କାରୀ କରାଯାଇଛି। ଏଣୁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ସହ ସମସ୍ତ ନିଯୁକ୍ତିକୁ ରଦ୍ଦ ଓ ଗଞ୍ଜାମର ଏହି ଠିକା ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ପାଇଁ ଭାରତୀୟ ବିକାଶ ପରିଷଦ ଦାବି କରିଛି। ନଚେତ ପରିଷଦର ସଦସ୍ୟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆମରଣ ଅନଶନରେ ବସିବେ ବୋଲି ସଂଗଠନର ରାଜ୍ୟ ଉପସଭାପତି ନିରଞ୍ଜନ ଦାସ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ପ୍ରଦାନ କରିଛନ୍ତି ।
ଶ୍ରୀ ଦାସଙ୍କ ଅଭିଯୋଗ ମୁତାବକ, ଗଞ୍ଜାମର ଏକ ଠିକା ସଂସ୍ଥା ଦ୍ବାରା ଏହି ନିଯୁକ୍ତି ଦିଆଯାଇଛି। ଜିଲ୍ଲାରେ ୧୫୭ ଜଣ ଷ୍ଟାଫ୍ ନର୍ସ, ୧୮୩ ଜଣ ଏଏନ୍‌ଏମ୍, ୫୨ ଜଣ ଫାର୍ମାସିଷ୍ଟ, ୫୨ ଜଣ ଲାବୋରାଟୋରି ଟେକ୍ନିସିଆନ, ୧୫ ଜଣ ଡିଇଓ, ୧୨ ଜଣ ଲିଫ୍ଟ ଅପରେଟର ଓ ଜଣେ ମେଡିକାଲ ଗ୍ୟାସ୍‌ଲାଇନ ଅପରେଟରଙ୍କୁ ଠିକାରେ ନିଯୁକ୍ତି ଦିଆଯାଇଛି। ୨୦୨୪ ନିର୍ବାଚନ ଆଚରଣ ବିଧି ବଳବତ୍ତର ରହିଥିବା ସମୟରେ ଏହି ସମସ୍ତ ନିଯୁକ୍ତି ଦିଆଯାଇଛି। ତରବରିଆ ଭାବେ ଦିଆଯାଇଥିବା ଏହି ନିଯୁକ୍ତି ପ୍ରକ୍ରିୟାକୁ ନେଇ ପରିଷଦ  ପ୍ରଶ୍ନ ଉଠାଇଛି! ଚାରି ମାସ ମଧ୍ୟରେ ଗଞ୍ଜାମର ଏହି ଠିକା ସଂସ୍ଥାକୁ କୋଟି କୋଟି ଟଙ୍କା ରାଜ୍ୟ ରାଜକୋଷରୁ ପ୍ରଦାନ କରାଯାଇଛି। ରାଜ୍ୟସରକାରଙ୍କ ଦ୍ବାରା ପ୍ରଦତ୍ତ ମାସିକ ବେତନ ଓ ଭତ୍ତା ବାବଦକୁ କେତେ ଟଙ୍କା ଦିଆଯାଉଛି, ତାହାର ତଦନ୍ତ କରାଯିବା ଆବଶ୍ୟକ ।  କରୋନାରେ କାର୍ଯ୍ୟରତ ଷ୍ଟାଫ୍‌ନର୍ସ ଓ ଅନ୍ୟମାନଙ୍କୁ ଠିକାରେ ନିଯୁକ୍ତି ଦିଆନଯାଇ ନଥିବା ବେଳେ ଯେଉଁମାନେ ଲାଞ୍ଚ ଦେଇଛନ୍ତି ସେମାନଙ୍କୁ ହିଁ ଚାକିରି ଦିଆଯାଇଛି। ଏଣୁ ଯେଉଁମାନଙ୍କୁ ଚାକିରି ଦିଆଯାଇଛି, ସମସ୍ତଙ୍କର ସାର୍ଟିଫିକେଟ୍ ଯାଞ୍ଚ କରାଯିବା ଆବଶ୍ୟକ। ଏହା ସହ ଏହି ବେଆଇନ ନିଯୁକ୍ତି ସମ୍ପର୍କରେ ସବୁ ଜାଣି ମଧ୍ୟ ଏହାକୁ ପ୍ରଶ୍ରୟ ଦେଇଥିବା ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା‌ଯିବା ଆବଶ୍ୟକ‌ତା ରହିଛି ବୋଲି ଜଣସାଧାରଣ ଙ୍କ ପକ୍ଷରୁ ଦାବି ହେଉଛି।  ଏ ନେଇ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ଭିଜିଲାନ୍ସ ଓ ନୟାଗଡ଼ ଜିଲ୍ଲାପାଳଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ଚିଠି କରାଯାଇଛି। ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ନିଆ ନଗଲେ ପରିଷଦ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି। ନୟାଗଡ଼ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୧/୭/୨୦୨୪----୧୨,୪୫ Sakhigopal News,21/7/2024

Blog Archive

Popular Posts