ତିନି ଦିନ ଧରି ଧାନ କିଆରୀ ରେ ଉଲଗ୍ନ ଅବସ୍ଥା ରେ ପଡିଥିବା ବୃଦ୍ଧା ଙ୍କୁ ଉଦ୍ଧାର କଲା ନିଷ୍ଠା ପରିବାର
ବରଗଡ଼ ---
ବରଗଡ ବ୍ଲକ ଅନ୍ତର୍ଗତ ଗାଇସିମା ଗ୍ରାମ ପଞ୍ଚାୟତ ର ମାଲିପାଲି ଠାରେ ମୁଖ୍ୟ ରାସ୍ତା ଅନତି ଦୂରରେ ଏକ ଚାଷ ଜମି ଭିତରେ ଜଣେ ବୃଦ୍ଧା ଉଲଗ୍ନ ଅବସ୍ଥା ରେ ଦିର୍ଘ ଦିନ ଧରି ପଡିଥିବା ଖବର ପାଇଥିଲା ନିଷ୍ଠା ପରିବାର। ତୁରନ୍ତ ନିଷ୍ଠା ପରିବାର ର କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ସଦସ୍ୟ ମଧୁ ପଧାନ, ପ୍ରେମାନନ୍ଦ ପ୍ରଧାନ, ଦୂର୍ବାଦଲ ପ୍ରଧାନ ସମସ୍ତେ ପହଞ୍ଚି ଥିଲେ। ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥା ଜମି ପାଣି ରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡ଼ିଥିଲେ ବୃଦ୍ଧା ଜଣକ।ପୂର୍ବରୁ ଏହି ବୃଦ୍ଧା ଙ୍କୁ ଗାଇସିମା ଗ୍ରାମ ରୁ ଉଦ୍ଧାର କରିଥିଲା ନିଷ୍ଠା ପରିବାର ଓ ଚିକିତ୍ସା ପରେ ତାଙ୍କୁ ଏକ ବୃଦ୍ଧା ଶ୍ରମ ରେ ଥଇଥାନ କରିଥିଲା । ତାଙ୍କ ଘର ଖୁଣ୍ଟପାଲି ଠାରେ।ବୃଦ୍ଧା ଙ୍କ ର ମାନସିକ ସ୍ଥିତି ଠିକ ନାହିଁ । ତାଙ୍କ ପରିବାର ଥାଇ ମଧ୍ୟ ତାଙ୍କୁ ସେମାନେ ରଖୁ ନାହାଁନ୍ତି। କେବେ ଏ ହିନ ମାନସିକତା ର ପରିବର୍ତନ ହେବ ତାହା ବର୍ତମାନ ବଡ ପ୍ରଶ୍ନ। ବୃଦ୍ଧା ଙ୍କୁ ପୁଣି ନିଷ୍ଠା ପରିବାର ତରଫ ରୁ ୧୦୮ଆମ୍ବୁଲାନ୍ସ ସହଯୋଗ ରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଶା ତାଙ୍କ ପରିବାର ଡାକ୍ତରଖାନା ଆସି ନିଶ୍ଚତ ତାଙ୍କୁ ଘର କୁ ନେବେ। ଏହି ମହତ କାର୍ଯ୍ୟ ରେ ସହଯୋଗ କରିଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷ ଙ୍କୁ ଆମ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୯/୭/୨୦୨୪----୯,୫୦ Sakhigopal News,9/7/2024