Breaking News

ବିକାଶ ତାଲିକାରୁ ହଜି ଯାଇଥିବା ଗାଁର ନାଁ, "ହଜପଲ୍ଲୀ" ; ଏବେବି ଅବହେଳିତ





 ଭଞ୍ଜନଗର ---- ଏବେବି ଏମିତି ଗାଁ ରହିଛି, ଯେଉଁଠି କି ପହଞ୍ଚି ପାରିନି ମୈ।ଳିକ ସୁବିଧା । ସ୍ବାଧୀନତାର ଦୀର୍ଘବର୍ଷ ପରେ ବି’  ସର୍ବନିମ୍ନ ଆବଶ୍ୟକତା ଠାରୁ ବହୁ ଦୂରରେ ରହିଛନ୍ତି  ଗାଁ ଲୋକେ ।  ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ ଅନ୍ତର୍ଗତ କୁଡୁତାଇ ପଞ୍ଚାୟତରେ ରହିଥିବା ଏମିତି ଏକ ଅବହଳିତ ଗାଁ  ହେଉଛି ହଜପଲ୍ଲୀ ।  ଭଲ ରାସ୍ତା ଟିଏ ନାହିଁ । ଏଠାକୁ ଯିବାକୁ ହେଲେ, କାଦୁଅ ପଚ୍ ପଚ୍ ରାସ୍ତା ପାରି ହେବାକୁ ପଡ଼େ  ।  ତାହା ପୁଣି ଦୁଇ କିଲୋମିଟର ପର୍ଯ୍ୟନ୍ତ ।ତାହା ପାଦଚଲା ରାସ୍ତା । ଖରା ଓ ଶୀତ ଦିନେ କେମିତି କେମିତି ଚଳିଯାଏ । ବର୍ଷାଦିନ ଆସିଲେ, ରାସ୍ତାର ଦୁର୍ଦ୍ଦଶା କହିଲେ ନସରେ ।  ଗାଁ ମୁହଁରେ “ବସୁଧା” ଯୋଜନାର, ଫଳକ ଲାଗିଛି । ହେଲେ, ପାଣିର ଦେଖାନାହିଁ । ଦୁଇଟି ନଳକୂଅ ରହିଛି, କିନ୍ତୁ ତାହା ପିଇବା ଉପଯୋଗୀ ନୁହେଁ । ବିଲମାଳ ରେ ଥିବା କୂଅ ପାଣି ହିଁ ଏକମାତ୍ର ଭରଷା ଗାଁ ଲୋକଙ୍କର। ଅନେକ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରିନି ସରକାରୀ ଯୋଜନା । ଏହା ହେଉଛି ବର୍ତ୍ତମାନ ସମୟରେ ହଜପଲ୍ଲୀ ଗାଁର ବିକଳ ଚିତ୍ର । କିଛିବର୍ଷ ପୂର୍ବରୁ ବନବିଭାଗ ଓ ସ୍ଥାନୀୟ ବନସୁରକ୍ଷା ସମିତିର ଉଦ୍ୟମରେ, ଗାଁ ଲୋକେ ଶ୍ରମଦାନ କରି,  ମାଟି ପକାଇ, ଚଲା ରାସ୍ତା ଟିଏ କରିଥିଲେ । ପରବର୍ତ୍ତୀ ସମୟରେ ସ୍ଥାୟୀ ରାସ୍ତାଟିଏ ନିର୍ମାଣ କରିବାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ଗ୍ରାମବାସୀ । ହେଲେ ଆଜିଯାଏଁ ତାହା ହୋଇପାରିନଥିବା ଅଭିଯୋଗ ହୋଇଛି  । ବର୍ଷାଦିନେ ଏହି ଗାଁ ରସ୍ତାର ଅବସ୍ଥା ଶୋଚନୀୟ ହୋଇପଡେ । ପିଲାଏ ସ୍କୁଲ କୁ ଯାଇପାରନ୍ତି ନାହିଁ । ଗାଡି କିମ୍ବା ଆମ୍ବୁଲାନ୍ସ ଯାଇପାରେ ନାହିଁଁ  । ଗୁରୁତର  ରୋଗୀଙ୍କୁ ବାଧ୍ୟ ହୋଇ, ଖଟିଆରେ ଦୋଳାକରି ନେବାକୁ ପଡ଼େ । ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ରେ ରହିଛନ୍ତି ୩୦ ରୁ ଉର୍ଦ୍ଧ୍ବ ପରିବାର । ଫଳକ ଓ ଯୋଜନା ରେ ଅଟକି ଯାଇଛି “ବସୁଧା” ପାଣି ଯୋଜନା ଓ ରାସ୍ତା । ଦୁଇଟି ନଳକୂଅ ରହିଛି, ହେଲା ତାହା ପିଇବା ଉପଯୋଗୀ ନୁହେଁ । ବିଜୁଳି ଆଲୁଅର ବ୍ୟବସ୍ଥା ବ୍ୟତୀତ, ସରକାରୀ ଯୋଜନାର ଫାଇଦା ପାଇ ପାରିନାହାନ୍ତି ଏଠାକାର ଅଧିକାଂଶ ହିତାଧିକାରୀ ପରିବାର । ଗାଁର ସମସ୍ୟା ପ୍ରତି  ଦୃଷ୍ଟି ଦିଆଯାଉନଥିବା, ଅଭିଯୋଗ ହୋଇଛି । ତତ୍କାଳୀନ ଜଗନ୍ନାଥପ୍ରସାଦ ବିଡ଼ିଓ କଥା ଦେଇଥିଲେ ସ୍ଥାୟୀ ରାସ୍ତାଟିଏ ନିର୍ମାଣ କରିବାକୁ । ହେଲେ ସେ ବଦଳି ହୋଇ ଚାଲିଗଲା ପରେ ସ୍ଥାୟୀ ରାସ୍ତା ନିର୍ମାଣ ଯୋଜନା ନାଲି ଫାଇଲ୍ ଭିତରେ ଚାପିହୋଇ ରହିଗଲା । ଅନ୍ୟପକ୍ଷରେ ଦେଖିବାକୁ ଗଲେ, ଅଧିକାଂଶ ଗାଁରେ  ବିକାଶର ଛିଟା ପଡିଛି । କିନ୍ତୁ ହଜପଲ୍ଲୀ ଗାଁର ଅବସ୍ଥା ଓ ବ୍ୟସ୍ଥାକୁ ଦେଖିଲେ ଗୋଟିଏ କଥା ଅନୁମାନ କରାଯାଉଛି ଯେ, ଏଠାକାର ସମସ୍ୟା ସମାଧାନ ପାଇଁ କାହାରି ଆନ୍ତରିକତା ନାହିଁ । ଭୈଗଳିକ ଦୃଷ୍ଟି କୋଣରୁ ଏହି ଗାଁ ଉପାନ୍ତ ତଥା ବଣ ପାହାଡ ଘେରା ଅଞ୍ଚଳରେ ରହିଛି । ଜନସଂଖ୍ୟା ଗଣିତ ଦୃଷ୍ଟିରୁ ଏଠାକାର ଜନସଂଖ୍ୟା, ଅନ୍ୟ ଗାଁ ମାନଙ୍କ ଠାରୁ ଯଥେଷ୍ଟ କମ୍ । ସେଥିପାଇଁ ବୋଧହୁଏ, ପ୍ରଶାସନ ଠାରୁ ଆରମ୍ଭ କରି ଜନପ୍ରତିନିଧି ମାନେ ଏହି ଗାଁର ବିକାଶ ପାଇଁ ସତେ ଯେମିତି ଆଖି ବୁଜି ଦେଇଛନ୍ତି ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୧/୭/୨୦୨୪----୮,୪୫ Sakhigopal News,31/7/2024

Blog Archive

Popular Posts