Breaking News

ମାଉସୀ ମା ମନ୍ଦିର ପାଇଁ ଭୂମି ପୂଜନ ଉତ୍ସବ


ବରଗଡ଼ -----ଦୀର୍ଘଦିନ ଅପେକ୍ଷାର ଅନ୍ତ ଘଟିଛି। ଗତବର୍ଷ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରେ ପ୍ରଥମ ଥର ପାଇଁ ତିନି ଠାକୁରଙ୍କ ଶ୍ରୀଗୁଣ୍ଡିଚା ଓ ବାହୁଡା଼ ଯାତ୍ରା ବିପୁଳ ଉତ୍ସାହ ସହକାରେ ସମ୍ପନ୍ନ ହୋଇଛି। ଏହି ଅବସରରେ ନୂତନ ଭାବେ ମାଉସୀ ମା ମନ୍ଦିରର ସ୍ଥାପନ ପାଇଁ ପଞ୍ଚାୟତ ସାମ୍ନା ପଡ଼ିଆରେ ସର୍ବସମ୍ମତିକ୍ରମେ ସ୍ଥାନ ନିରୂପଣ କରାଯାଇ ଭୂମିପୂଜନ ପର୍ବ ମଧ୍ୟ ସମାହିତ ହୋଇଯାଇଛି। ମନ୍ଦିରର ମୁଖ୍ୟ ପୁରୋଧା ଶ୍ରୀ ସୁରେଶ୍ଵର ଶତପଥୀଙ୍କ କରକମଳରେ ଏହାର ଶୁଭାରମ୍ଭ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମାଉସୀ ମା ମନ୍ଦିର ପାଇଁ ମୁକ୍ତ ହସ୍ତରେ ଦୁଇ ଲକ୍ଷ ଟଙ୍କା ଦାନକରିବା ପାଇଁ ସଂକଳ୍ପ ନେଇଥିବା ନୂଆପାଲି ନିବାସିନୀ କୁମାରୀ ଗୀତା ଭୋଇ, ମନ୍ଦିରର ଅନ୍ୟତମ ଉଦ୍ୟୋକ୍ତା ସୁବୋଧ ସତପଥି, ପୂର୍ବତନ ସରପଞ୍ଚ ଉତ୍ପନ୍ନ କୁମାର ଭୋଇ, ସରପଞ୍ଚ ଜନ୍ମେଜୟ ମିଶ୍ର, ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ସରୋଜ ନାୟକ, ସମ୍ପାଦକ ଗୋପୀନାଥ ଭୁଏଙ୍କ ସମେତ ପୂଜକ ସୀତାରାମ ସତପଥୀ, ଡାହୁକ ଶିବଶଙ୍କର ଭୋଇ, ପ୍ରମୋଦ କୁମାର ତ୍ରିପାଠୀ , ଭରତ୍ ଚନ୍ଦ୍ର ତ୍ରିପାଠୀ, ମଧୁସୂଦନ ତ୍ରିପାଠୀ, ଜନାର୍ଦ୍ଦନ ସତପଥୀ, ଅଶ୍ବିନୀ ସତପଥୀ ପ୍ରମୁଖ ସାମିଲ ହୋଇଥିଲେ। 
ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ କୁବେଡେଗା ଠାରେ ପଞ୍ଚାୟତ ସ୍ତରୀୟ ରଥଯାତ୍ରା ଅଗଣିତ ଶ୍ରଦ୍ଧାଳୁ ଭକ୍ତଗଣଙ୍କୁ ନେଇ ଗତ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥିରେ ଆରମ୍ଭ ହୋଇଥିବା ବେଳେ ଗତକାଲି ପ୍ରତ୍ୟାବର୍ତ୍ତନ ପର୍ବର ସମାପନ ଘଟିଥିଲା। କୁବେଡେଗା ପଞ୍ଚାୟତ ଅଫିସ୍ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ରକୁ ଅସ୍ଥାୟୀ ମାଉସୀ ମା ମନ୍ଦିର ଭାବେ ନିଆଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଅବସ୍ଥାନ କରାଇବା ସହ ନବଦିନାତ୍ମକ ପୂଜାବିଧିର ବ୍ୟବସ୍ଥା ହୋଇଥିଲା। ପ୍ରତ୍ୟହ ଶତାଧିକ ଧର୍ମପରାୟଣ ଆବାଳବୃଦ୍ଧବନିତା ଭକ୍ତି ବିହ୍ୱଳ ହୋଇ ସେବାକାର୍ଯ୍ୟରେ ନିମଗ୍ନ ରହୁଥିବାର ଦୃଶ୍ୟ ଅଭୂତପୂର୍ବ ଥିଲା। ଶେଷରେ ବାହୁଡା଼ ଅବସରରେ ବରଗଡ଼ ଭେଡେନ ରାସ୍ତାରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ସମ୍ମିଳିତ ହୋଇ ଘଣ୍ଟ ଶଙ୍ଖ, ଖୋଳକରତାଳ ଓ ଭଜନ କୀର୍ତ୍ତନ ସହିତ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଅଣାଯାଇ ପଞ୍ଚାୟତ ମଧ୍ୟବର୍ତ୍ତୀ ପଡ଼ିଆରେ ଥିବା ବାସନ୍ତିକ ଦୁର୍ଗା ମନ୍ଦିରରେ ରଖାଯାଇଥିଲା। ସେଠାରେ ସ‍ଂକ୍ରାନ୍ତି ଓ ଏକାଦଶୀ ତିଥିରେ ଦୁଇ ଦିନ ଧରି ପୂଜାର୍ଚ୍ଚନା କରିବା ପରେ ମନ୍ଦିରକୁ ନିଆଯାଇଛି 
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୮/୭/୨୦୨୪----୨,୨୦ Sakhigopal News,18/7/2024

Blog Archive

Popular Posts