Breaking News

ମହିଳା ଙ୍କୁ ହତ୍ୟା, ଥାନାରେ ଅଭିଯୋଗ


ଭଞ୍ଜନଗର,- ଏହି ଥାନା ଅନ୍ତର୍ଗତ ବେଣାକୁନ୍ଦା ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ ଜାଗୃତି ଜେନା(୨୫)। ପୋଲିସ ଏନେଇ ୬୩୩/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଥିବା ଥାନା ଅଧିକାରୀ କୁମର ମୁଦୁଲି ସୂଚନା ଦେଇଛନ୍ତି। ଏଥିସହ ସ୍ବାମୀ ଶ୍ରୀନିବାସ ଜେନାଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ମଙ୍ଗଳବାର ସନ୍ଧ୍ୟା ହୋଇଯିବା ଯୋଗୁଁ ମହିଳାଙ୍କ ମରଶରୀର ତାଙ୍କ ଘରେ ହିଁ ଅଛି। ବୁଧବାର ସାଇଣ୍ଟିଫିକ୍ ଟିମ୍ ଆସି ଘଟଣାର ତଦନ୍ତ କରିବା ପରେ ପୋଲିସ ମରଶରୀର କୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ହସ୍ପିଟାଲ କୁ ପଠାଇବାର କାର୍ଯ୍ୟକ୍ରମ ରହିଛି। ଘଟଣାରୁ ପ୍ରକାଶ ଯେ ବାଲିପଦର ଫାଣ୍ଡି ଅନ୍ତର୍ଗତ ବିଷ୍ଣଚକ୍ର ଗ୍ରାମର ତ୍ରିନାଥ ସ୍ବାଇଁ ଙ୍କ ଝିଅ ଜାଗୃତି କିଛି ବର୍ଷ ପୂର୍ବେ ବେଣାକୁନ୍ଦା ର ଶ୍ରୀନିବାସ ଙ୍କୁ ବିବାହ କରିଥିଲେ। ତେବେ କେଉଁ ଭଳି ପରିସ୍ଥିତିରେ ଆଜି ଅପରାହ୍ନ ୩ ଟା ସମୟରେ ଜାଗୃତି 
ମୃତ୍ୟୁବରଣ କରିଥିଲେ। ଏନେଇ ଜାଗୃତିଙ୍କ ମା ତୁଳା ସ୍ବାଇଁ ଜାଣିବା ପରେ ଭଞ୍ଜନଗର ଥାନାରେ ପହଁଚି ତାଙ୍କ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ମୃତ ଜାଗୃତୀଙ୍କ ୨ ଟି ଛୁଆ ଥିବା ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୭/୨୦୨୪---୯,୪୫   Sakhigopal News,9/7/2024

Blog Archive

Popular Posts