ଆଲୋଚନା ଚକ୍ର – ଓଡ଼ିଆଜାତିର ଅସ୍ମିତା .. ଶ୍ରୀ ଗୁଣ୍ଡିଚା ଯାତ୍ରା..
ଜଟଣୀ - ଆମରିସତ୍ୟ ବିକାଶ ପରିଷଦ, ଜଟଣୀ ତରଫରୁ ଶ୍ରୀ ଜବାହର ଲାଲ୍ ସୁବୁଦ୍ଧିଙ୍କ ସଭାପତିତ୍ବରେ ଏକଆଲୋଚନାଚକ୍ର ଖଣ୍ଡୁଆଳ ମନ୍ଦିର କୁସୁମାଟି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । “ଓଡ଼ିଆ ଜାତିରଅସ୍ମିତା .. ଶ୍ରୀ ଗୁଣ୍ଡିଚା ଯାତ୍ରା..” ବିଷୟରେ ନିମନ୍ତ୍ରିତ ଅତିଥିମାନେ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥିଭାବେ ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ କହିଥିଲେ ଶ୍ରୀ ଜଗନ୍ନାଥ ହେଉଛନ୍ତି ସର୍ବଧର୍ମରସମନ୍ଵୟ, ଓଡ଼ିଆ ଜାତିର ମଉଡମଣି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଆ ଜାତି ଜଗନ୍ନାଥଙ୍କ ଉପସ୍ଥିତିକୁ ଅନୁଭବ କରିଥାଏ ବୋଲି ଉପସ୍ଥାପନା କରିଥିଲେ । ମୁଖ୍ୟବକ୍ତା ପଣ୍ଡିତ ରମାକାନ୍ତ ମିଶ୍ର ଶ୍ରୀ ଗୁଣ୍ଡିଚାଯାତ୍ରା ଯୋଗୁଁ ବିଶ୍ଵରେ ଓଡ଼ିଶା ଜଗନ୍ନାଥ ଦେଶ ବୋଲି ପ୍ରତିଷ୍ଠା ଅର୍ଜନ କରିପାରିଛି । ସ୍ଵଂ ଜନ୍ମଠାରୁମୃତ୍ୟୁ ପର୍ଯ୍ୟନ୍ତ, ବିବାହ, ବ୍ରତ ଆଦି କାର୍ଯ୍ୟରେ ଜଗନ୍ନାଥଙ୍କୁ ଖୋଜାଯାଏ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।ମୁଖ୍ୟ ଅତିଥୁ ଐତିହାସିକ ସତ୍ୟବାଦୀ ବଳିୟାରସିଂହ ଜଗନ୍ନାଥ ସଂସ୍କୃତି, ପରମ୍ପରା ଓ ଓଡ଼ିଆଭାଷାର ଐତିହ୍ୟ ସମ୍ବନ୍ଧରେ ସୁନ୍ଦର ମନ୍ତବ୍ୟ ପ୍ରକାଶ କରି ଥିଲେ I ଶ୍ରୀ ବ୍ରଜବନ୍ଧୁ ନାୟକ ସ୍ବାଗତଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମାଜସେବୀ କିଶୋର ଚନ୍ଦ୍ର ପାଇକରାୟ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ କବିତା ପାଠୋତ୍ସବରେ ସମରଜିତ୍ପଟ୍ଟନାୟକ ସଭାପତିତ ଏବଂ ଅଧ୍ୟାପିକା ସୌଦାମିନୀ ବେହେରାଙ୍କ ସଂଯୋଜନାରେ ସଂପାଦିତ ହୋଇଥଲା । ଡ. ପ୍ରମୋଦ ଚନ୍ଦ୍ର ଦାଶ,ଡ.ବିଭୁତିଭୂଷଣ ନନ୍ଦ, ମଙ୍ଗୁଳି ପରିଡା,ନର୍ମଦା ଡୋରା, ଡ.ସୁକାନ୍ତ ମହାପାତ୍ର, ଆରତୀ ସେନ୍, ମନୋରମା ପାଢି, ଦାଶରଥ ପଟ୍ଟନାୟକ,ଜଗନ୍ନାଥ ନାୟକ,ପ୍ରଭାସ ମଙ୍ଗରାଜ, ସୁଦର୍ଶନ ମହାପାତ୍ର ଆଲୋଚନାରେ ଯୋଗ ଦେଇଥିଲେ । ଶେଷରେ ଶ୍ରୀ ଆଦିନାରାୟଣ ଖଣ୍ଡୁଆଳ ଧନ୍ୟବାଦ ଅର୍ପଣ କରିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୭/୨୦୨୪----୯,୪୦ Sakhigopal News,9/7/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୭/୨୦୨୪----୯,୪୦ Sakhigopal News,9/7/2024