Breaking News

ମା ମାହେଶ୍ୱରୀ ସେନା ଓ ବୁଢାରଜା ୟୁଥ ଆସୋସିଏସନର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

 
ବରଗଡ଼ ---- ବରଗଡ ଜିଲ୍ଲା ପପଙ୍ଗା ପାହାଡ଼ ପାଦଦେଶରେ  ପରିବେଶ ସୁରକ୍ଷା ସହିତ ଐତିହାସିକ ପୀଠ ପପଙ୍ଗା ପାହାଡ଼ ତଥା ଓଡିଶା ସରକାରଙ୍କ ପର୍ଯ୍ୟଟନ ସ୍ଥଳୀ ର ସୁନ୍ଦରତା ବଢାଇବା ଉଦ୍ଦେଶ୍ୟରେ ପାହାଡ଼ର ପାଦଦେଶରେ ମା ମାହେଶ୍ୱରୀ ସେନା ଓ ବୁଢାରଜା ୟୁଥ ଆସୋସିଏସନର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପାହାଡ଼ର ପାଦଦେଶରେ ଥିବା ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କର ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସ୍ଥାନୀୟ  ପପଙ୍ଗା ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି  ବିଶ୍ୱଜିତ ହୋତା ଓ ସମିତି ସଭ୍ୟାଙ୍କ ପ୍ରତିନିଧି ପାରେଶ୍ଵର କର୍ଣ୍ଣ  ଶୁଭାରମ୍ଭ କରିଥିଲେ l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ମା ମାହେଶ୍ୱରୀ ସେନା ଓ ବୁଢାରଜା ୟୁଥ ଆସୋସିଏସନ ର ସମସ୍ତ କାର୍ଯ୍ୟକର୍ତ୍ତା ସାହାଯ୍ୟ ସହଯୋଗ କରିବା ସହ ଗଛ ଗୁଡିକ କିପରି ସୁରକ୍ଷିତ ଭାବେ  ବଢ଼ିପାରିବ ସେଥିପାଇଁ ସମସ୍ତେ ସଂକଳ୍ପ ନେବା ସହ ଦାୟିତ୍ୱ ନେଇଥିଲେ l ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୯/୭/୨୦୨୪----୭,୧୦ Sakhigopal News,29/7/2024

Blog Archive

Popular Posts