Breaking News

ଯାତ୍ରୀ ବିଶ୍ରାମ ଗାର କୁ ଭଙ୍ଗା ଯିବାର ୫ମାସ ବିତିଲା, କିନ୍ତୁ ନିର୍ମାଣ ହେବାର ନାଁ ଗନ୍ଧ ଧରୁନାହିଁ

  
 
ନୟାଗଡ ---- ନୟାଗଡ଼ ଜିଲ୍ଲାର ଖଣ୍ଡପଡା ବ୍ଲକ ଅନ୍ତର୍ଗତ କନା ସିଂଗ ଛକ (ରାଜକିଆରି ) ବସ ଷ୍ଟାଣ୍ଡ କୁ ଭାଙ୍ଗି ଦିଆ ଯାଇଛି। ଲୋକମାନେ ହନ୍ତସନ୍ତ ହେଉଛନ୍ତି । ନିର୍ବାଚନ ପୂର୍ବରୁ ଭଙ୍ଗା ଯାଇ ଆଉ  ନିର୍ମାଣ  ହୋଇନାହିଁ। ଭଲ ଥିବା ଏହି ଯାତ୍ରୀ ବିଶ୍ରାମ ସ୍ଥଳୀ କୁ ଟଙ୍କା ହରି ଲୁଟ କରିବା ପାଇଁ ଭଙ୍ଗା ଯାଇଛି ବୋଲି ଶୁଣିବାକୁ ମିଳେ। ଏହି ଆଶ୍ରୟ ସ୍ଥଳୀରେ , ଗଣିଆ ପଟୁ ଆସୁଥିବା ଯାତ୍ରୀ ବିଶ୍ରାମ ନେଉ ଥିବା ବେଳେ ନରସିଂହ ପୁର ପଟୁ ଆସୁଥିବା ଯାତ୍ରୀ ବିଶ୍ରାମ ନେଉ ଥିଲେ । ଅନ୍ୟ ପକ୍ଷରେ ଖଣ୍ଡପଡା ପଟୁ ମଧ୍ୟ ଯାତ୍ରା ଆସି ବସ କୂ ଅପେକ୍ଷାରେ କରୁଥିଲେ । ଏହା ଏକ ଗୃରୁତ୍ୱପୂର୍ଣ୍ଣ ଆଶ୍ରୟ ସ୍ଥଳୀହୋଇ ଥିବା ବେଳେ ନୂତନ ଯାତ୍ରୀ ବିଶ୍ରାମ ସ୍ଥଳୀର ନିର୍ମାଣ ପାଇଁ ଭଲ ଥିବା ଘରକୁ ଭାଙ୍ଗି ପକାଇ ଦିଆ ଯାଇଛି। ଏହା କେବେ ହେବ କେହି କହି ପାରୁନାହାଁନ୍ତି। । ସିଧାମୂଳା ପଞ୍ଚାୟତର ବିଭିନ୍ନ ଉନୟନ୍ କାମ ହରିଲୁଟ କରାଯାଇଛି । ସେହି ଉଦ୍ଦେ୍ଶ୍ୟରେ ଏହା କରା ଯାଇଛି ବୋଲି ଲୋକମାନେ କହନ୍ତି। ଏହି ପଞ୍ଚାୟତରେ ଯାତ୍ରୀ ବିଶ୍ରାମ ଗାଆଁଟି ଅବସ୍ଥିତ।  ପଞ୍ଚାୟତ ରେ ବାର୍ଧକ୍ୟଭତ୍ତା ଓ ଭିନ୍ନକ୍ଷମ ଭତ୍ତା  ଭିଜିଲାନସ୍ ବିଭାଗ ପକ୍ଷରୁ ତଦନ୍ତ କଲେ ପ୍ରକୃତ ସତ୍ୟ ପଦାକୁ ଆସିପାରିବ ବୋଲି ଭାରତୀୟ ବିକାଶ ପରିଷଦ ରାଜ୍ୟ ଉପ ସଭାପତି ନିରଞ୍ଜନ ଦାସ କହିଛନ୍ତି। ଯଦି ଏହାର କୌଣସି ପଦକ୍ଷେପ ନିଆ ନ ଯାଏ ଭାରତ  ବିକାଶ ପରିଷଦ ଉଚ ନ୍ୟାୟାଳୟ ଯିବା ପାଇଁ ବାଧ୍ୟ ହେବ ବୋଲି କହିଛନ୍ତି ଶ୍ରୀ ଦାସ। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୫/୭/୨୦୨୪----୯,୪୫ Sakhigopal News,25/7/2024

Blog Archive

Popular Posts