ବାଉଁଶଲୁଣ୍ଡି ରେ ମା' ପାଇଁ ଗଛ ଟିଏ କାଯ୍ୟକ୍ରମ
ଭଞ୍ଜନଗର----- : ଦିନକୁ ଦିନ ପରିବେଶ ବିଗିଡିବାରେ ଲାଗିଛି । ଫଳରେ କେଉଁଠି ଅତ୍ୟଧିକ ବର୍ଷା ହେଉଛି ତ କେଉଁଠି ବର୍ଷା ନେହେବା କାରଣରୁ ବ୍ୟାପକ ଫସଲ ନଷ୍ଟ ହେଉଛି । ତେଣୁ ପରିବେଶର ସୁରକ୍ଷା କରିବାକୁ ହେଲେ ବ୍ୟାପକ ବୃକ୍ଷ ରୋପଣ ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ମା' ପାଇଁ ଗଛ ଟିଏ ର ସ୍ଲୋଗାନ ଦେଇ ବ୍ୟାପକ ଚାରା ରୋପଣ ଓଡ଼ିଶାରେ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ସ୍ଥିତ ବାଉଁଶଲୁଣ୍ଡି ଠାରେ ଯୁବକ ସଂଘ ପକ୍ଷରୁ ଆୟୋଜିତ ବୃକ୍ଷ ରୋପଣ କାଯ୍ୟକ୍ରମ ରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି ଓ ସଂମ୍ମାନୀତ ଅତିଥି ରୂପେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ ନାୟକ ଯୋଗ ଦେଇଥିଲେ। ନିକଟସ୍ଥ ସ୍ୱଶାନ ନିକଟରେ ବିଭିନ୍ନ ପ୍ରକାରର ୧୦୦ ଚାରା ରୋପଣ କରାଯାଇଥିଲା। ପରିବେଶର ସୁରକ୍ଷା ପାଇଁ ବ୍ୟାପକ ଚାରା ରୋପଣ କରିବାସହ ଚାରା ର ଯତ୍ନ ନେବାପାଇଁ ଉପସ୍ଥିତ ଜଣ ସାଧାରଣ ଓ ଯୁବ ବର୍ଗ ଙ୍କୁ ଅତିଥି ମାନେ ପରାମର୍ଶ ଦେଇଥିଲେ। ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି,କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥ୍ୱୀରାଜ ପ୍ରଧାନ ଉପସ୍ଥିତ ରହି ଯୁବକ ସଂଘର କାଯ୍ୟଶୈଳୀ ଙ୍କୁ ପ୍ରଶଂସା କରିଥିଲେ। ସରପଞ୍ଚ ଉଦ୍ଧବ ମିଶ୍ର ଯୁବକ ସଂଘ ସଦସ୍ୟ ଙ୍କୁ ଧନ୍ୟବାଦ ଦେବା ସହ ଗଛଟିଏ ଲଗାଇବା ସହିତ ସମସ୍ତ ଙ୍କୁ ଗଛ ଲଗାଇବା ନିମନ୍ତେ ସଚେତନତା କରିବାକୁ କହିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୭/୨୦୨୪----୭,୨୫ Sakhigopal News ,13/7/2024
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୭/୨୦୨୪----୭,୨୫ Sakhigopal News ,13/7/2024