Breaking News

ଲକ୍ଷ୍ମୀ ବସ୍ ଚଳାଚଳ ସମୟକୁ ନେଇ, ଉପଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଘରୋଇ ବସ୍ ମାଲିକ ସଂଘ




ଭଞ୍ଜନଗର - ପଞ୍ଚାୟତ ସ୍ତରରୁ ବ୍ଳକ ମୁଖ୍ୟାଳୟକୁ ଯିବା ଆସିବା କରିବାପାଇଁ  ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରାଯାଇଛି। ଲକ୍ଷ୍ମୀ ବସ୍ ଚଳାଚଳ ବ୍ଳକ ଦ୍ବାରା ପରିଚାଳିତ ହେଉଥିବା ବେ୍ଳେ ଯେଉଁ ଘରୋଇ ବସ୍ ଯାତାୟତ କରୁଛି ତା ସମାନ ସମୟରେ ଲକ୍ଷ୍ମୀ ବସ୍ ଚଳାଚଳ ନକରିବା ପାଇଁ ମାଲିକ ମାନେ ପ୍ରଶାସନର ଦୃଷ୍ଟି ଆର୍କଷଣ କରିଛନ୍ତି । ଏନେଇ ଆଜି ଉପଜିଲ୍ଲାପାଳ ଅନୀଲ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଅନୁଷ୍ଠିତ ହୋଇଛି । ଲକ୍ଷ୍ମୀ ବସ୍ ଗୁଡିକର ରୁଟ୍ ଓ ଯିବା ଆସିବା ସମୟର ସମସ୍ତ ତଥ୍ୟକୁ ଅନୁଶୀଳନ କରି ଅନ୍ତତଃ ଘରୋଇ ବସ୍ ଛାଡିବାର ଅତିକମରେ ୧୫ ମିନଟ୍ ପୂର୍ବରୁ କିମ୍ବା ପରେ ଏହାର ସମୟ ବଦଳାଇବାକୁ ଦୃଷ୍ଟି ଆକର୍ଷଣ କରିଥିଲେ ବସ ମାଲିକ ସଂଘ । ଏହାସହ ଅଗାମୀ ଦିନରେ କୌଣସି ସମସ୍ୟା ଯେଭଳି ନଘଟେ ସେନେଇ ରୁଟ୍ ପ୍ରସ୍ତୁତ କରିବା ଦିଗରେ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା । ବର୍ତ୍ତମାନ ୪୯ ଟି ଲକ୍ଷ୍ମୀ ବସ ଚଳାଚଳ କରୁଥିବା ବେଳେ ବେସରକାରୀ ବସ୍ ଓ ଲକ୍ଷ୍ମୀ ବସର ସମୟ ଓ ରୁଟ୍ ଅନୁଧ୍ୟାନ କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି । ଏହି ବୈଠକରେ ସହକାରୀ ଜିଲ୍ଲାପାଳ ବିଶ୍ବରଞ୍ଜନ କର, ଓଏସ୍ଆରଟିସି ଡିଏମ୍ ଅରୁଣ କୁମାର ସାହୁ, ମନ୍ମଥକୁମାର ନାୟକ, ଜଗନ୍ନାଥପ୍ରସାଦ ବିଡିଓ ଅଶ୍ବିନୀ ମହାପାତ୍ର, ଥାନା ଅଧିକାରୀ କୁମାର ମୁଦୁଲି, ଘୁମୁସର ଘରୋଇ ବସ୍ ମାଲିକ ସଂଘ ସଭାପତି ତଥା ନଗରପାଳ ଗୋପବନ୍ଧୁ ମହାପାତ୍ର, ସମ୍ପାଦକ ବିପ୍ରଚରଣ ବାରିକ,ଚନ୍ଦନ ପ୍ରଧାନ,ଶିବରାମ ପ୍ରଧାନ,ସୂର୍ଯ୍ୟ ବିଶ୍ବାଳ, ସନ୍ତୋଷ ସ୍ବାଇଁ, ସୋରଡ଼ା ଘରୋଇ ବସ୍ ମାଲିକ ସଂଘର ସୟିଦ୍ ରାଫି, ସୟିଦ୍ ଇବୁ, ବଳରାମ ସାହୁ, ଲିଲୁ ମହାନ୍ତି, ଲିଟୁ ସାମନ୍ତଙ୍କ ସମେତ ବହୁ ମାଲିକ ମାନେ ଉପସ୍ଥିତ ରହିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୭/୨୦୨୪----୮,୫୦ Sakhigopal News,23/7/2024

Blog Archive

Popular Posts