ମହିଳା ମହାବିଦ୍ୟାଳୟରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ
ଜଟଣୀ :-> ଜଟଣୀ ବ୍ଲକ୍ ଅନ୍ତର୍ଗତ କନ୍ତିଆ ପଞ୍ଚାୟତ ଅଞ୍ଚଳରେ ଥିବା ଶ୍ରୀ ଶ୍ରୀ ସୋମନାଥ ବାଲୁଙ୍କେଶ୍ବର ଦେବ ମହିଳା ମହାବିଦ୍ୟାଳୟ ପରିସରରେ ସୋମବାର ଦିନ ସମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟରେ ବିଭିନ୍ନ ପ୍ରକାରର ବୃକ୍ଷ ଚାରା ରୋପଣ କରାଯାଇଛି l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧକ୍ଷ ସତ୍ୟବ୍ରତ ମହାନ୍ତି ଏବଂ +୩ ଅଧକ୍ଷା ଡ ସୁକାନ୍ତି ମହାପାତ୍ର ଉପସ୍ଥିତ ରହି ଚାରା ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଏଥିରେ ଅନୁଷ୍ଠାନର ସମ୍ପାଦକ ଦେବ ପ୍ରସାଦ ଦାଶ, ସଂଗଠନ ସମ୍ପାଦକ ସଞ୍ଜୟ ବରିସଲ, ଉପସଭାପତି ଦିଲୀପ ସିଂ, ଶରତ କୁମାର ରେଡି, କୋଷାଧକ୍ଷ ରମାକାନ୍ତ ମହାରଣା, ନିରୂପମା ସ୍ୱାଇଁ , ସ୍ମିତା ପଟ୍ଟନାୟକ, ପରେଶ ପଟ୍ଟନାୟକ, ରାଜକିଶୋର ରଣସିଂହ, ପ୍ରଶାନ୍ତ କୁମାର ବେହେରା (ରବି) ପ୍ରମୁଖ ଉପସ୍ଥିତ ରହି ବୃକ୍ଷଚାରା ରୋପଣ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୭/୨୦୨୪----୮,୫୫ Sakhigopal News,22/7/2024