Breaking News

ଉଦ୍ଧାର ପରେ ଆହତ ମାଈ ସମ୍ବରର ମୃତ୍ୟୁ


ଭଞ୍ଜନଗର--- ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରାସିଂ ବନାଞ୍ଚଳର ଆମ୍ବଝରା ଜଙ୍ଗଲରୁ ଏକ ମାଈ ସମ୍ବର ବାହାରି ଆସି ନିକଟସ୍ଥ କଳିଙ୍ଗପଦର ହାଇସ୍କୁଲ ପଛପଟେ ବୁଲୁଥିଲା ।  କିଛି ବୁଲା କୁକୁର ମାଈ ସମ୍ବରଟିକୁ ଗୋଡାଇ ଗୋଡାଇ ଆକ୍ରମଣ କରୁଥିବା ବେଳେ କିଛି ସ୍ଥାନୀୟ ଲୋକଦେଖି ତୁରନ୍ତ ଆହତ ମାଈ ସମ୍ବରକୁ ଉଧାର କରି ତାରାସିଂ ବନାଞ୍ଚଳ ଅଧିକାରୀଙ୍କୁ ଜଣାଇଥିଲେ । ଏହାସହ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନବିଭାଗ  କର୍ମଚାରୀ ଆହତ ମାଇ ସମ୍ବରକୁ ବିଳମ୍ବରେ ହେଲେ ବି ଭେଟେନାରୀ କର୍ମଚାରୀଙ୍କ ଦ୍ବାରା ଚିକିତ୍ସା କରାଇଥିଲେ ମଧ୍ୟ ଚିକିତ୍ସା ସମୟରେ ଆହତ ସମ୍ବରଟିର ମୃତ୍ୟୁ ଘଟିଥିଲା। ଆହତ ମାଈ ସମ୍ବରଟି ଆଉ ଏକ ମାସ ହୋଇଥିଲେ ଛୁଆ ଜନ୍ମ କରିଥାନ୍ତା ତେଣୁ କୁକୁର ଗୋଡାଉ ଥିବା ବେଳେ ହାଲିଆ ହୋଇ ଅଧିକ ଜୋରରେ ଧାଇଁ ନପାରି ତଳେ ପଡିଯାଇଥିଲା। ସବ ବ୍ୟବଛେଦ ବେଳେ ସମ୍ବରର ପେଟରେ ଏକ ଛୁଆ ଥିବାର ଭେଟେନାରୀ କର୍ମଚାରୀ  କହିଛନ୍ତି।  ବିଭାଗୀୟ ଅଧିକାରୀଙ୍କୁ ଗ୍ରାମବାସୀ ଜଣାଇଥିଲେ  ମଧ୍ୟ   ଚିକିତ୍ସାରେ ବିଳମ୍ବ କରିଥିବା ହେତୁ ମୃତ୍ୟୁ ଘଟିଲା ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୭/୨୦୨୪----୭,୪୫ Sakhigopal News,16/7/2024

Blog Archive

Popular Posts