Breaking News

ଆଇନଷ୍ଟାଇନ ପ୍ରଯୁକ୍ତି ବିଦ୍ୟା ପରିଚାଳନା ଶିକ୍ଷାନୁଷ୍ଠାନରେ ଶିକ୍ଷଣୀୟ "ପାଠ୍ୟଚକ୍ର' ଅନୁଷ୍ଠିତ




ଜଟଣୀ --ବଣିଆଟାଙ୍ଗୀସ୍ତିତ​ ଆଇନଷ୍ଟାଇନ ଏକାଡେମୀ ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ରେ ତିନି ଦିନିଆ ସେମିନାର "ଉନ୍ନତ ଗଣନା" ଶି​ର୍ଷକ ଉପରେ ଆଯୋଜିତ ହୋଇ ଯାଇଛି  l ଏହି କାର୍ଯ୍ୟକ୍ରମରେ ଇଆଇଟି, ନାଇଜର , ସିଡାକ​, ଏନଆଇଟି,  ଆଇଆଇଆଇଟି ଏବଂ ଟିସିଏସର  ବିଶେଷଜ୍ଞଙ୍କ ନେତୃତ୍ୱରେ ବକ୍ତବ୍ଯ​ ପ୍ରଦାନ କରାଯାଇଥିଲା l ଏ.ଆଇ.ସି.ଟି.ଇ. ଅନୁମୋଦିତ ଅନୁଷ୍ଠାନ  ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକର ଶିକ୍ଷକ,ଅଧ୍ୟାପକ ମାନେ ଅଂଶଗ୍ରହଣ କରିଥିଲେ l 
 2020 ଅନୁଯାୟୀ ଇଞ୍ଜିନିୟରିଂରେ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରିବା ଓ ବିକାଶମୂଳକ କାର୍ଯ୍ୟ ପାଇଁ ଭାରତରେ ସ୍ଥାନୀୟ ଭାଷା ର ଯୋଗାଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଭାରତର ଜନଗଣନା ଅନୁଯାୟୀ, 122 ଟି ପ୍ରମୁଖ ଭାଷା ଏବଂ 1599 ଟି ଅନ୍ୟାନ୍ୟ ଭାଷା, ଯେଉଁଥିରୁ 30 ଟି ଭାଷା ଭାରତର ବିଭିନ୍ନ ସ୍ଥାନରେ ବହୁଳଭାବରେ ପ୍ରଚଳିତ ହେଉଛି।ଜ୍ଞାନ ବିସ୍ତାର କରିବା ଏବଂ ଆଞ୍ଚଳିକ ଭାଷାର ମାଧ୍ୟମରେ ଶିକ୍ଷଣ ପ୍ରକ୍ରିୟାକୁ ମଜବୁତ କରିବା , ଏହା “ବିକାଶ ଭାରତ 2047” ସ୍ୱପ୍ନ ହାସଲ କରିବା ଉଦ୍ଦେଶ୍ୟରେ ଏକ ଆବଶ୍ୟକତା ପୂରଣରେ ସହାୟକ ପାଇଁ ଉଦ୍ଧିଷ୍ଠ ବୋଲି ମତ ପ୍ରକାଶ ପାଇଥିଲା l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୫/୭/୨୦୨୪----୧୦,୨୫ Sakhigopal News,25/7/2024

Blog Archive

Popular Posts