Breaking News

ଅଗ୍ନିକାଣ୍ଡରେ ଗ୍ଯାସଟାଙ୍କି ଫାଟି ଘର ଜଳିଗଲା


ସାକ୍ଷୀଗୋପାଳ --- ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ଢାଙ୍ଗୁରା ଗ୍ରାମର ଗଙ୍ଗାଧର ସେନାପତିଙ୍କ ରୋଷେଇ ଘରେ ଗ୍ଯାସଟାଙ୍କି ଫାଟି ବହୁ କ୍ଷତି ଘଟିଥିବା ଜଣାପଡିଛି  । ବିଳମ୍ବିତ ରାତି ସମୟରେ ଗ୍ଯାସଟାଙ୍କି ଫାଟିବାର ଶଦ୍ଦ ଶୁଣି ଶ୍ରୀ ସେନାପତି ଙ୍କ ପୁଅ ଛାତ ଉପରକୁ ଯାଇ ଦେଖିଲେ ତାଙ୍କର ରୋଷେଇଘର ଆଜବେସ୍ଟସ ଫାଟି ହୁତୁହୁୁତୁ ହୋଇ ନିଆଁ ଜଳୁଛି  । ସେ ସଙ୍ଗେ ସତ୍ଯବାଦୀ ଅଗ୍ନିଶମ ବିଭାଗକୁ  ଫେନ କରି ଜଣାଇ ଥିଲେ  । ଖବର ପାଇ ଆଗ୍ନିକ ମନୋଜ କୁମାର ପାତ୍ର ସଦଳବଳେ ଦୁଇଟି ଦମକଳ ନେଇ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ  । ଶ୍ରୀ ସେନାପତି ଙ୍କ ସହିତ ଗ୍ରାମର କେତେକଙ୍କ ଲୋକଙ୍କର ପୂର୍ବ ଶତୃତା ରହିଛି  । ଏହି ଅଗ୍ନିକାଣ୍ଡ ମଣିଷକୃତ ବୋଲି  ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି   । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୭/୨୦୨୪----୬,୧୦ Sakhigopal News,11/7/2024

Blog Archive

Popular Posts