ବ୍ୟବସାୟ ସଂଘର "ଗଣେଶ ପୂଜା ' ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ; ମୁଖ୍ୟ ଆକର୍ଷଣ ୫୨ ଫୁଟ ର" ଅଯୋଧ୍ୟା ରାମମନ୍ଦିର" ତୋରଣ
ଜଟଣୀ - ଜଟଣୀ ସହର ଏକ ବ୍ୟବସାୟର କେନ୍ଦ୍ରସ୍ଥଳ ଅଟେ l ତେଣୁ ଏଠାକାର ବ୍ୟବସାୟୀ ଭାଇମାନଙ୍କର ବ୍ୟବସାୟ ଅଧିକରୁ ଅଧିକ ଉନ୍ନତି ପାଇଁ ଶୁଭ ଲାଭ ଉଦ୍ଦେଶ୍ୟରେ ଗଣେଶ ଆରାଧନା ମୁଖ୍ୟ ପର୍ବ ଅଟେ l ଜଟଣୀ ଗଣେଶ ପୂଜା ଓଡିଶା ପ୍ରସିଦ୍ଧ ଗଣେଶ ପୂଜା l ତେଣୁ ଅଧିକରୁ ଅଧିକ ସାଜସଜା, ଆକର୍ଷଣୀୟ ମୂର୍ତ୍ତି ଏବଂ ବିସର୍ଜନ ସମ୍ବନ୍ଧୀୟ ପ୍ରସ୍ତୁତି ପାଇଁ ସହରର ମୁଖ୍ୟ ବଜାର "ପୋଷ୍ଟ ଅଫିସ ଛକ "ବ୍ୟବସାୟ ସଂଘ ତରଫରୁ ଆଜି ସ୍ଥାନୀୟ "ଅଗ୍ରୱାଲ' ଧର୍ମଶାଳା ଠାରେ ପୂଜା କମିଟିର ସଭାପତି ହେମନ୍ତ କୁମାର ସୁନ୍ଦରାୟଙ୍କ ଅଧୀନତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ସର୍ବ ପ୍ରଥମେ କମିଟିର ସଭାପତି ସର୍ବସମ୍ମୁଖରେ ଚଳିତ ବର୍ଷର ସମ୍ପୂର୍ଣ ହିସାବ ଲିଖିତ ଆକାରରେ ଉପସ୍ଥାପନା କରିଥିଲେ l ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ପୂଜାକୁ ଅଧିକ ଆକର୍ଷଣ କରିବା ପାଇଁ ୧୮ଫୁଟର ଗଜାନନ ମୂର୍ତ୍ତି ସାଙ୍ଗକୁ ମୁଖ୍ୟ ଆକର୍ଷଣ ସାଜିବ ୫୨ ଫୁଟର ଅଯୋଧ୍ୟା ରାମମନ୍ଦିର ଡିଜିଟାଲ ଆଲୋକ ତୋରଣ l ଏବଂ ଚଳିତ ବର୍ଷ ଏକ କ୍ୱିଣ୍ଟାଲ ଓଜନର ସମ୍ପୂର୍ଣ ସୁଧ ଘିଅରେ ପ୍ରସ୍ତୁତ ଲଡୁ। ଗଜାନନଙ୍କ ପାଖରେ ଅର୍ପଣ କରାଯାଇ ସେହି ଭୋଗ ଲଡୁକୁ ଭକ୍ତ ଙ୍କ ସର୍ବସମ୍ମୁଖରେ ନିଲାମ କରାଯିବ ବୋଲି ସଭାପତି ବଜାର କମିଟି ତରଫରୁ ଘୋଷଣା କରିଥିଲେ l ତତ ସଙ୍ଗେ ସଙ୍ଗେ ପୂଜାରେ ହଜାର ହଜାର ଭକ୍ତଙ୍କ ସମାଗମକୁ ଆଖିଆଗରେ ରଖି ଭକ୍ତକ ପାଇଁ ଏକ ପ୍ରାଥମିକ ଚିକିତ୍ସା କେନ୍ଦ୍ର ସହ ପରିବେଶ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ l ଏହି ବୈଠକରେ ସଭାପତି ସମେତ ସମ୍ପାଦକ ମାନସ ଚନ୍ଦ୍ର ମିଶ୍ର, କୋଷାଧକ୍ଷ ଅକ୍ଷୟ କୁମାର ବଳିଆର ସିଂ, କମଲ ମୋଦି, ପ୍ରଦୀପ ଅଗ୍ରୱାଲ, ଗଦାଧର ସାହୁ, ଜାଫର ନୁର, ପ୍ରଦୀପ ଅଟ୍ଟନାୟକ, ସୁବାଶ ଅଗ୍ରୱାଲ, ମନୋରଞ୍ଜନ ପଣ୍ଡା,ନରେଶ ଅଗ୍ରୱାଲ ପ୍ରମ୍ମୁଖ ଯୋଗ ଦେଇଥିଲେ l ଗତ ବର୍ଷ ପୂଜାରେ ଅତି ଉନ୍ନତ ମାନର ସାଜସଜା ସାଙ୍ଗକୁ, ସାଂସ୍କୃତିକ ପ୍ରୋଗ୍ରାମ ଏବଂ ବିସର୍ଜନ ସାଜସଜାରେ ପ୍ରଥମ ସ୍ଥାନ ହୋଇଥିବାରୁ କମିଟିର ସମସ୍ତ ସଦସ୍ୟ ସଭାପତି, ସମ୍ପାଦକ ଏବଂ କୋଷାଧକ୍ଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୭/୨୦୨୪---୯,୪୫ Sakhigopal News,28/7/2024