Breaking News

ସମ୍ଭାବନା ପରିବାର ପକ୍ଷରୁ ଚାରା ରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ



ଜଟଣୀ :ପରିବେଶ ସନ୍ତୁଳନ ତଥା ସୁସ୍ଥ ପରିବେଶ ସ୍ରୁଷ୍ଟି ନିମନ୍ତେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ଚାରା ରୋପଣ କରାଯାଇଛି। ସ୍ଥାନୀୟ କୁଦିଆରି ବଜାର ଅଞ୍ଚଳର ପମ୍ପୁ ପୋଖରୀ ନିକଟ ଶ୍ମଶାନ ଏବଂ କୁଦିଆରି ଗ୍ରାମ୍ୟ ଶ୍ମଶାନ ପରିସରରେ ଲିମ୍ବ, ଅଁଳା, କରଞ୍ଜ, ଅର୍ଜୁନ, ପେସ୍ତା ବାଦାମ, ଜାମୁକୋଳି, ରାଧାଚୁଡ଼ା, ଅର୍ଜୁନ, ପାଟଳୀ, ବର ଓ ଅଶ୍ଵତ୍ଥ ଭଳି ପ୍ରଜାତିର ପ୍ରାୟ ଦେଢ଼ଶହ ପାଖାପାଖି ବୃକ୍ଷ ଚାରା ରୋପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜଟଣୀ ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂହ ଯୋଗଦେଇ ଚାରା ରୋପଣ କରିବା ସହ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ମନୋବଳ ବୃଦ୍ଧି କରିଥିଲେ l ବିଶେଷ କରି ଚାରାରୋପଣ କାର୍ଯ୍ୟକ୍ରମ ସରଳୀକୃତ କରିବାପାଇଁ ଥାନାଧିକାରୀ ଏକ ଗାତ ଖୋଳା ମେସିନ ଯୋଗାଇ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଦେବ ପ୍ରସାଦ ଦାଶ, ସଂଗଠନ ସମ୍ପାଦକ ସଞ୍ଜୟ ବରିସଲ, ଉପସଭାପତି ଦିଲୀପ ସିଂ, ଶରତ କୁମାର ରେଡି, କୋଷାଧକ୍ଷ ରମାକାନ୍ତ ମହାରଣା, ନିରୂପମା ସ୍ୱାଇଁ , ସ୍ମିତା ପଟ୍ଟନାୟକ, ପ୍ରଶାନ୍ତ କୁମାର ସାହୁ,ସହ ସମ୍ପାଦକ ଅମିନ ରାଉତ ଓ ପରେଶ ପଟ୍ଟନାୟକ, ବରିଷ୍ଠ ସଭ୍ଯ ଲୁସେନ ରାୟ, ଯୁବ ସଂଗଠକ ପ୍ରଶାନ୍ତ କୁମାର ବେହେରା (ରବି), ବିଜୟ ଲକ୍ଷ୍ମୀ ବରିସଲ, ଅଭିପ୍ସା ପ୍ରିୟଦର୍ଶିନୀ ଓ ରଞ୍ଜନ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ଚାରା ରୋପଣ କରିଥିଲେ l ଏହି ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଆଗାମୀ ଏକ ମାସ ମଧ୍ୟରେ ଆହୁରି ଅନେକ ସ୍ଥାନରେ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି  l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୭/୨୦୨୪----୧୨,୪୫ Sakhigopal News,21/7/2024

Blog Archive

Popular Posts