Breaking News

ଦେଶୀ ବନ୍ଧୁକ ସହ ଶିକାରୀ ଗିରଫ



ଭଞ୍ଜନଗର--ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନରେ ଥିବା ଗାଲେରୀ ଫାଣ୍ଡି ଅନ୍ତର୍ଗତ ବଦାଙ୍ଗିର ଅଞ୍ଚଳର ଜଣେ ଯୁବକ ବେଆଇନଭାବେ ଦେଶୀ ବନ୍ଧୁକ ରଖିଥିବା ଅଭିଯୋଗରେ ପୁଲିସ ଗିରଫ କରିଛି । ବନ୍ଧୁକ  ଜବତ କରି  କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ବଦାଙ୍ଗୀ ଗ୍ରାମର ମଶାଣୀ ସାହିର  ରାଜନ ସ୍ବାଇଁ (୫୯) ବୋଲି ଥାନା  ଅଧିକାରୀ  ବିଜୟ  କୁମାର ସ୍ବାଇଁ ସୂଚନା ଦେଇଛନ୍ତି । ଖବର ନେବାରେ  ରାଜନ ଉକ୍ତ ଅଞ୍ଚଳରେ ବନ୍ୟଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ ନିଜ ପାଖରେ ଏକ ଦେଶୀ ବନ୍ଧୁକ ରଖୁଥ‌ିବା ପୁଲିସ୍ ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ରାଜନଙ୍କ ଘର ଉପରେ ଚଢାଉ କରିଥିଲେ । ବନ୍ଧୁକ ସହ ରାଜନକୁ ଗିରଫ କରିବାରେ ସକ୍ଷମ ହୋଇଥିଲା ପୋଲିସ।  କୋର୍ଟଚାଲାଣ କରିବା ସହ ଏନେଇ କେସ୍‌ ନମ୍ବର ୨୦୧/୨୪ ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୭/୨୦୨୪-----୭,୩୫ Sakhigopal News,4/7/2024

Blog Archive

Popular Posts